୧୨ ବର୍ଷୀୟ ନାବାଳିକାକୁ ଡାକିନେଇ ବଳାତ୍କାର

ଷ୍ଟିଲସିଟି ରାଉରକେଲାର ବନ୍ଧମୁଣ୍ଡା ଥାନା ଅଞ୍ଚଳ ଏକ ବସ୍ତିରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ଜଣେ ୧୨ ବର୍ଷୀୟା ନାବାଳିକା ଦୁର୍ଷ୍କର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଥାଉକି, ଗତ ୪ ଦିନ ପୂର୍ବରୁ ନାବାଳିକାଟି ଦୋକାନକୁ ବିସ୍କୁଟ ଆଣିବା ଯାଇଥିବାବେଳେ ଅଭିଯୁକ୍ତ କରୋନ ଲାକ୍ରା ଝିଅଟିକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଘଟଣାକୁ କାହାକୁ ନ କହିବା ପାଇଁ ନାବାଳିକାକୁ ଧମକ ଦେଇଥିଲା। ଭୟରେ ନାବାଳିକା ଜଣଙ୍କ ଘଟଣା ବିଷୟରେ ଘରେ ଜଣାଇ ନଥିଲା। ଦେହ ଅସୁସ୍ଥ ହେବାରୁ ଘର ଲୋକଙ୍କୁ ସନ୍ଦେହ ହୋଇଥିଲା। ପରେ ପଚାରିବାରୁ ନାବାଳିକାଜଣଙ୍କ ସତ ସବୁ କଥା କହିଥିଲା। ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ । ବନ୍ଧମୁଣ୍ଡା ପୁଲିସ୍ ଅଭିଯୋଗ କୁ ଆଧାର କରି ଅଭିଯୁକ୍ତ ଯୁବକ କରନ ଲାକ୍ରାକୁ ଗିରଫ କରିଛି। ଘଟଣାରେ କେତେ ସତ୍ୟାସତ୍ୟ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।