କରୋନା ଟିକା ନେଲେ ମିଳିବ ଅଧିକ ସୁଧ, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଏମିତି ସୁବିଧା

ଭୁବନେଶ୍ୱର : କରୋନା ଟିକାକୁ ଏବେବି ଅନେକ ଭୟ କରୁଛନ୍ତି । ପାଶ୍ୱର୍ ପ୍ରତିକ୍ରିୟା ଭୟରେ ସେମାନେ ଟିକା ନେବାକୁ ଚାହୁଁନାହାନ୍ତି । ତେବେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ଅଭିନବ ଯୋଜନା ଘୋଷଣା କରାଯାଇଛି ।
କରୋନା ଟିକା ନେଲେ ସ୍ଥାୟୀ ଜମାରାଶି ଉପରେ ଅତିରିକ୍ତ ସୁଧ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛିଯେ, ଏକ ନିର୍ଦ୍ଧିଷ୍ଟ ଯୋଜନା ଅଧିନରେ ସ୍ଥାୟୀ ଜମା ରାଶି ଉପରେ ୦.୨୫% ଅଧିକ ସୁଧ ପ୍ରଦାନ କରାଯିବ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ‘ଇମୁ୍ୟନ ଇଣ୍ଡିଆ ଡିପୋଜିଟ ଯୋଜନା’ ଅଣାଯାଇଛି । ଏହି ଯୋଜନାରେ ୧୧୧ ଦିନ ପାଇଁ ଟଙ୍କା ରଖାଯାଇପାରିବ । ଯେଉଁମାନେ ଟିକା ନେଇଥିବେ ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ପ୍ରଦାନ କରାଯିବ ।