ଖୋର୍ଦ୍ଧାରେ ଦିନକେ ୩୪୮, ସୁନ୍ଦରଗଡ଼ରେ ୪୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ହଜାର ଟପିଛି । ରାଜ୍ୟରେ ଆଉ ୨୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ କରୋନା ବ୍ୟାପିବାରେ ଲାଗିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ସୁନ୍ଦରଗଡ଼ରେ ୪୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୩୪୮ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରେ ୧୨୦, ବଲାଙ୍ଗୀରରେ ୯୩, କଟକରେ ୧୧୭, ଗଞ୍ଜାମରେ ୭୦, ଯାଜପୁରରେ ୫୨, ଝାରସୁଗୁଡ଼ାରେ ୫୫, କେନ୍ଦୁଝରରେ ୫୫, ମୟୂରଭଞ୍ଜରେ ୬୦, ନବରଙ୍ଗପୁରରେ ୧୦୪, ନୂଆପଡ଼ାରେ ୧୦୪, ପୁରୀରେ ୭୦, ସମ୍ବଲପୁରରେ ୧୨୦ ଓ ରାଜ୍ୟ ପୁଲରେ ୮୧ ଜଣ ଚିହ୍ନଟ ହୋଇଛନ୍ତି ।