ଭୀମସାରରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ପଶ୍ଚିମ ଓଡ଼ିଶାରେ ସ୍ଥିିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ନିର୍ମାଣ କରାଯିବ । ଭୀମସାରରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୧୦ ଦିନ ଦିତରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ନବନିର୍ମିତ ମେଡିସିନ ୱାର୍ଡରେ ୩୦୦ ବେଡ ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ । ଦ୍ୱିତୀୟ କୋଭିଡ ହସ୍ପିଟାଲରେ ୨୫୦ଟି ସାଧାରଣ ବେଡ ଓ ୫୦ଟି ଆଇସିୟୁ ରହିବ ବୋଲି ଜଣାଯାଇଛି ।