ମୌସୁମୀ ଟ୍ରଫ୍ଲାଇନ୍ ଉତ୍ତରମୁହାଁ, ଅଳ୍ପ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ମୌସୁମୀର ସ୍ଥିିତି ୪ଦିନ ହେଲା ଦୁର୍ବଳ ରହିଛି । ମୌସୁମୀ ଟ୍ରଫ୍ଲାଇନ୍ ଏବେ ଉତ୍ତରମୁହାଁ ହୋଇଛି । ଯାହା ଫଳରେ ଆସନ୍ତା କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିବ । ଏଥିସହିତ କିଛି କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ୨୬.୪% ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରୀ ବଢିବାରେ ଆଶଙ୍କା କରାଯାଉଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖ ଯାଏ ଓଡିଶାରେ ମୌସୁମୀ ଦୁର୍ବଳ ରହିବ । ଉପକୂଳ ଓଡିଶାର କେତେକ ସ୍ଥାନରେ ଅଗଷ୍ଟ ୨୦ ତାରିଖ ଯାଏ ବର୍ଷାର ହେବାର ସମ୍ଭାବନା କମ୍ ରହିଛି । ଏହି ସମୟରେ ଲଘୁଚାପର କୌଣସି ସଙ୍କେତ ମିଳି ନାହିଁ ।
ଅଗଷ୍ଟ ପ୍ରଥମରୁ ରାଜ୍ୟରେ ୬୯ ମିମି ବର୍ଷା ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫.୬ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ପ୍ରାୟ ୭୭% କମ୍ ଅଟେ । କୌଣସି ବି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇନାହିଁ । ତେବେ ଉତ୍ତର ଓଡିଶା ଝାଡଖଣ୍ଡ ସୀମାନ୍ତ ଜିଲ୍ଲା, ଛତିଶଗଡ ସୀମାନ୍ତ ଜିଲ୍ଲା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଧାନରୁଆ ବାଧାପ୍ରାପ୍ତ ହୋଇଛି ।
Powered by Froala Editor