ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ବରୀ
ବରଗଡ଼: ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ ପୂଜାର୍ଚ୍ଚନା ଚାଲିଥିବାବେଳେ ଅପରାହ୍ନ ୨ଟା ୨ମିନିଟରେ ଚଣ୍ଡିହୋମ ଆରମ୍ଭ ହେବ । ଅପରାହ୍ନ ୫ଟା ୧୪ମିନିଟରେ ପୂର୍ଣ୍ଣାହୁତି ହେବ ।
ଏହା ସହିତ ଅପରାଜିତା ପୂଜନ ଓ ସାମୁହିକ ଆର୍ଶୀବାଦ ପ୍ରଦାନ କାର୍ଯ୍ୟକ୍ରମ ରହିଛି । ମାଁ ସମଲେଶ୍ଵରୀଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି ।
Powered by Froala Editor