ଅସମ୍ଭାଳ ଭିଡ଼, ବିଭିନ୍ନ ପୂଜା ମଣ୍ଡପରୁ ସୁନାଚେନ୍ ଓ ମୋବାଇଲ ଲୁଟ
ରାଜଧାନୀର ପ୍ରତ୍ୟେକ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ମଣ୍ଡପରେ ପୁଲିସ, ସ୍ୱେଚ୍ଛାସେବୀମାନେ ନିୟୋଜିତ ଥିଲେ । ହେଲେ ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ବିଭିନ୍ନ ପୂଜା ମଣ୍ଡପରୁ ୧୨ ସୁନାଚେନ୍ ଓ ୪୫ ମୋବାଇଲ ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେଇଛି । କମିଶନରେଟ୍ ପୁଲିସ ଲୁଟେରାଙ୍କୁ ଧରିବାକୁ ପୂଜା ମଣ୍ଡପମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ନେଇ ଯାଞ୍ଚ କରୁଛି ।
ବରମୁଣ୍ଡା ମଣ୍ଡପ ନିକଟରୁ ୨ଟି ସୁନାଚେନ୍ ଓ ୭ଟି ମୋବାଇଲ ଲୁଟ୍ ହୋଇଥିବା ବେଳେ ନୂଆପଲ୍ଲୀ ପୂଜା ମଣ୍ଡପ ନିକଟରୁ ୨ଟି ସୁନାଚେନ୍ ଓ ୧୨ଟି ମୋବାଇଲ ଲୁଟ୍ ହୋଇଛି । ଦିନକରେ ୧୨ ସୁନାଚେନ୍ ଓ ୪୫ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସହିଦନଗର, ପଳାଶୁଣି, ରସୁଲଗଡ଼, ବମିଖାଲ, ଝାରପଡ଼ା, ଷ୍ଟେସନବଜାର ପୂଜା ମଣ୍ଡପରୁ ମଧ୍ୟ ଲୁଟ୍ ହୋଇଛି । କମିଶନରେଟ୍ ପୁଲିସ ଭିଡ଼ ଭିତରୁ କିଛି ମହିଳା ଲୁଟେରାଙ୍କୁ ଉଠାଇ ଆଣି ଜେରା କରୁଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଯାଞ୍ଚକରି ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
Powered by Froala Editor