ସେବା ସଂକଳ୍ପ ସପ୍ତାହ ପାଳନ ଆଜିଠୁ
ଭୁବନେଶ୍ବର: ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା ସଂକଳ୍ପ ସପ୍ତାହ ପାଳନ କରାଯିବ। ଦେଶର ୭୫୦ ଜିଲ୍ଲାରେ ଏହା ପାଳନ ହେବାକୁ ଥିବା ବେଳେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ଏହାସହ ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ସେ କଥା ହେବେ। ଓଡ଼ିଶାର ୩୧ ସାଂଗଠନିକ ଜିଲ୍ଲାରେ ଲୋକଙ୍କ ସହ କଥା ହେବେ ମୋଦି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବେ।
Powered by Froala Editor