ଝଡ଼ବର୍ଷା ପାଇଁ ଏହି ଜିଲ୍ଲାକୁ ଓ୍ବାର୍ନିଂ ଜାରି
ଭୁବନେଶ୍ୱର: ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ ସକାଳ ୮ଟାରୁ ଡହଡହ ଖରାରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ। ଏଥିସହ ଗୁଳୁଗୁଳି ମଧ୍ୟ ଦହଗଞ୍ଜ କରୁଛି। ଅକ୍ଟୋବର ମାସରେ ପ୍ରଚଣ୍ଡ ରୌଦ୍ରତାପ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଥିବାବେଳେ ପାଣିପାଗର ଏପରି ଅସ୍ବାଭାବିକ ସ୍ଥିତି ଲୋକଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଙ୍ଗଳବାର ୫ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ଚାନ୍ଦବାଲିରେ ସର୍ବାଧିକ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ ୩୬.୩ ଡିଗ୍ରୀ, ପୁରୀ, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରହିଥିଲା। ବିଶେଷକରି ଗତ କିଛିଦିନ ଧରି ପୁରୀରେ ଦିନ ତାପମାତ୍ରା ଅସ୍ବାଭାବିକ ଭାବେ ବଢି ଚାଲିଛି।
ଅନ୍ୟପକ୍ଷରେ ବୁଧବାର ଓ ଗୁରୁବାର ଝଡ଼ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
Powered by Froala Editor