ପାରିବାରିକ ବିବାଦ: ଶାଳକ ହାତରେ ଗଲା ଭିଣୋଇ ଜୀବନ
ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି ।
ସୂଚନା ଅନୁଯାୟୀ, ବନମାଳୀ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିବା ଅଭିଯୋଗ ରହିଥିଲା। ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ଶୁକମତିଙ୍କ ମୁଣ୍ଡକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ପରେ ସେ ଘଟଣା ସମ୍ପର୍କରେ ନିଜ ବାପଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ଶୁକମତିଙ୍କ ଭାଇ ଅଜୟ ଭିଣୋଇ ବନମାଳୀଙ୍କୁ ବୁଝାଇବାକୁ ଆସିଥିଲେ। ତେବେ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବା ପରେ ଅଜୟ ବନମାଳୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବନମାଳୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor