ଦଶହରାରେ ହେବ ବଡ଼ ବର୍ଷା !
ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୩ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।
ସେହିପରି ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ । ତେବେ ସେହି ସମୟରେ ପ୍ରାୟ ଓଡ଼ିଶାରୁ ବିଦାୟ ନେଇ ସାରିଥିବ ମୌସୁମୀ । ତେଣୁ ଏହା ଅବପାତ ହେବା ନେଇ ପାଗ ଅନୁକୂଳ ହୋଇପାରେ । ଏନେଇ ଆଇଏମଡି ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୫ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷାର ସମ୍ଭାବନା ନଥିବା ବେଳେ ୧୫ ପରେ ଅର୍ଥାତ୍ ଦଶହରା ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।
Powered by Froala Editor