ସେମିକନ ଇଣ୍ଡିଆ : ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦିଲ୍ଲୀରେ ଚାଲିଥିବା ସେମିକନ-ଇଣ୍ଡିଆ ୨୦୨୬ ରେ ଆଜି ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ରାତିରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ।ଗୁରୁବାରଠୁ ଦିଲ୍ଲୀରେ ସେମିକନ-ଇଣ୍ଡିଆ ୨୦୨୬ ଆରମ୍ଭ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍ କରିବା ପାଇଁ ଯୋଜନା ଥିବାବେଳେ ଏଥିରେ ଯୋଗ ଦେଇଥିବା ବିଭିନ୍ନ ଦେଶ ବିଦେଶର ନିବେଶକ, କମ୍ପାନିର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଟିମ୍ ସହ ଓଡ଼ିଶା ସରକାର ଆଲୋଚନା କରିପାରନ୍ତି । ଓଡ଼ିଶାରୁ ଆଇଟି ବିଭାଗର ସ୍ୱତନ୍ତ୍ର ଟିମ୍ ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି ।
ସେହିପରି ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କୁ ନେଇ ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅର୍ଥ ବିଭାଗ ଦାୟିତ୍ୱରେ ଥିବାରୁ ଏହି ବୈଠକରେ ସାମିଲ ହେବେ ।
Powered by Froala Editor