ୟୁଟ୍ୟୁବର ଧ୍ରୁବ ରାଠି ଓ ସିଜେପି ନେତା ଅଭିଜିତ ଦୀପକେ ଅଟକ
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ରଦ୍ଦ ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ନୂଆଦିଲ୍ଲୀରେ କକ୍ରୋଚ ଜନତା ପାଟି ର୍ (ସିଜେପି) ଆନ୍ଦୋଳନ କରିବାକୁ ପ୍ରସ୍ତୁତି କରଛି । ଏହା ପୂର୍ବରୁ ଆକ୍ସନ ମୋଡରେ ଆସିଛି ଦିଲ୍ଲୀ ପୁଲିସ୍। ଟ୍ୟୁବର ଧ୍ରୁବ ରାଠିଙ୍କୁ ତାଙ୍କ ଗୁରୁଗ୍ରାମ ସ୍ଥିତ ବାସଭବନରେ ଅଟକ ରଖିବା ଖବର ଆସିଛି ।
ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି। ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିବା ପରେ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯିବା ସହ ସହରର ପ୍ରବେଶ ପଥ ଓ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।
ସେହିପରି ସିଜେପି ଫାଉଣ୍ଡର ଅଭିଜିତ୍ ଦୀପକେଙ୍କୁ ଦିଲ୍ଲୀ ଏୟାରପୋର୍ଟ ପୁଲିସ୍ ଅଟକ ରଖିଛି । ସିଜେପି ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୁଲିସ୍ ଆକ୍ସନରେ ରହିଛି । ମୁମ୍ୱାଇରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅଭିଜିତ ଦୀପକେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଛି । ଏହା ସହିତ ଯାହା ସୂଚନା ହସ୍ତଗତ ହୋଇଛି ସକାଳୁ ଜନ୍ତରମନ୍ତରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା ହୋଇଛି । ଧିରେ ଧିରେ ଆନ୍ଦୋଳନକାରୀଙ୍କ ଭିଡ ଜମୁଥିଲା । ଏହାରି ଭିତରେ ଦିଲ୍ଲୀ ପୁଲିସ୍ ୬୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିବା ରିପୋର୍ଟ ଆସୁଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଶନିବାର ରାତି ୧୨ଟା ୩୦ ସୁଦ୍ଧା ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୫୦ ଜଣ ଦକ୍ଷିଣ-ପୂର୍ବ ଦିଲ୍ଲୀ ଜିଲ୍ଲାର ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଶାହିନବାଗ୍ ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା। ୨୦୨୦ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଶାହିନବାଗ୍ ଏକ ପ୍ରମୁଖ କେନ୍ଦ୍ର ଥିଲା।
ଆନ୍ଦୋଳନରେ କିଛି ରାଜନୈତିକ ଦଳ, ଛାତ୍ର ସଙ୍ଗଠନ ଓ ନାଗରିକ ସମାଜ ସାମିଲ ହେବାର ସମ୍ଭାବନା ରହିଛି । କିନ୍ତୁ ଆନ୍ଦୋଳନ ପାଇଁ ପୁଲିସ ଅନୁମତି ଦେଇନାହିଁ । ଏଥିସହ ଜନ୍ତରମନ୍ତର ଓ ଆଖପାଖ ଅଞ୍ଚଳରେ କଟକଣା ଲଗାଯାଇଛି । ହେଲେ ସିଜେପି ଏହି ଆନ୍ଦୋଳନ ନିଶ୍ଚିତ ହେବ ବୋଲି କହିବା ସହ ଏଥିରେ ବହୁସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରିଛି । ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦିଲ୍ଲୀକୁ ସୁରକ୍ଷାର ଅଭେଦ୍ୟ ଦୁର୍ଗରେ ପରିଣତ କରିଛନ୍ତି । ଜନ୍ତରମନ୍ତର ଓ ତାର ଆଖପାଖ ଅଞ୍ଚଳରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି ।
Powered by Froala Editor