ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର'
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନୋଏଡ଼ାର ଜେୱାର୍ ଠାରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରି 'ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର' ରଖିବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ପରେ ଏହି ଘୋଷଣା କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସେ କହିଛନ୍ତି। ଏହା ସହିତ ଜନସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂରଣ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇ ଉତ୍ତରପ୍ରଦେଶ କ୍ୟାବିନେଟ୍ରେ ଆଉ ଏକ ପ୍ରସ୍ତାବ ପାରିତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶର ସମ୍ପର୍କ ସ୍ୱତନ୍ତ୍ର । କାଶୀର ଏମପି ଭାବେ ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ୁଛି । ରାଜ୍ୟରେ ଏକ୍ସପ୍ରେସ୍ୱେ ନେଟୱର୍କର ସମ୍ପ୍ରସାରଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଓ ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ସେ ଦାବି କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସାଂସ୍କୃତିକ ପରିଚୟ ଏବଂ ଐତିହ୍ୟ ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା ମଧ୍ୟରେ ରହିଛି କାଶୀ ବିଶ୍ୱନାଥ ମନ୍ଦିରର ସମ୍ପ୍ରସାରଣ ଏବଂ ଗଙ୍ଗା ପଥ ସହିତ ଏହାର ସିଧାସଳଖ ସଂଯୋଗ, ପ୍ରୟାଗରାଜରେ ବୃହତ ଆକାରରେ କୁମ୍ଭମେଳାର ଆୟୋଜନ, ବୌଦ୍ଧ କ୍ଷେତ୍ରର ବିକାଶ ଓ ବୌଦ୍ଧ ସର୍କିଟ୍ ଏବଂ କାଶୀ-ତାମିଲ୍ ସଙ୍ଗମମ୍ର ଆୟୋଜନ, ସନ୍ଥ ଗୁରୁ ରବିଦାସଙ୍କ ମ୍ୟୁଜିୟମ (ସଂଗ୍ରହାଳୟ) ଓ ପ୍ରତିମା ନିର୍ମାଣ ଏବଂ ଗୋରଖପୁରରେ ଅଟଳ ବିହାରୀ ବାଜପେୟୀ ପ୍ରେରଣା ସ୍ଥଳର ପ୍ରତିଷ୍ଠା ଏବଂ ପିପରୱାନ (Piparwan/Piprahwa) ଅଞ୍ଚଳର ପ୍ରତ୍ୟାବର୍ତ୍ତନ। ଏହାଛଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ 'ଭାରତ ରତ୍ନ' ପ୍ରଦାନ କରାଯିବାକୁ ମଧ୍ୟ ସେ ଏକ ବଡ଼ ସଫଳତା ବୋଲି ଉଲ୍ଲେଖ କରିଛନ୍ତି।
Powered by Froala Editor