ଗାଧୋଇବା ସମୟରେ ଶଙ୍ଖ ନଦୀରେ ବୁଡ଼ିଗଲେ ୩ ନାବାଳିକା
ବୀରମିତ୍ରପୁର: ଗାଧୋଇଲା ବେଳେ ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ । ବୁଧବାର ସକଳେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ। ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟରେ ସକାଳେ ଢିପାପଡ଼ା, ମଝାଟୋଲିର ୪ ଜଣ ସାଙ୍ଗ ଗାଧୋଉ ଥିଲେ।
ସେମାନମାନଙ୍କ ମଧ୍ୟରେ ୩ ଜଣ ନାବାଳିକ ବାଳିକା ଓ ଜଣେ ନାବାଳକ ଥିଲେ। ନଦୀରେ ଗାଧୋଇବା ସମୟରେ ୪ ଜଣ ନଦୀ ଭିତରକୁ ପଶି ଯାଇଥିଲେ । ହେଲେ ନାବାଳକ ଜଣଙ୍କ କୌଣସି ମତେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୩ ଜଣ ନାବାଳିକା ଘଟଣା ସ୍ଥଳରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ନଦୀ ଭିତରେ ଖୋଜାଖୋଜି କରି ୩ ନାବାଳିକାଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି ।
ମୃତକମାନେ ହେଲେ ମଝାଟୋଲିର ଗୀତିକା ସାହୁ (୬),ସିବିକା ସାହୁ (୬) ଓ ଢିପାପଡ଼ାର ଶ୍ରୁତି ସାହୁ। ଖବର ରାଏବୋଗା ଥାନାଧିକାରୀ ଦିବ୍ୟ ଓରାମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଓରାମ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସଲଙ୍ଗାବାବାହାଲ ଗ୍ରାମର ପ୍ରତାପ ସାହୁ ସୁରକ୍ଷିତ ଥିବା ପୁଲିସ କହିଛି।
Powered by Froala Editor