Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ...

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ...

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

ରାଜ୍ୟ
Home ›› ରାଜ୍ୟ ››୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ: ୨୪ ଜିଲାରେ ଆସିଛି ସୁଧାର

୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ: ୨୪ ଜିଲାରେ ଆସିଛି ସୁଧାର

2026-09-13 05:32:58
13933
Share:
Facebook
Twitter
E-Mail
WhatsApp
Telegram
୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ରିପୋର୍ଟ ପ୍ରକାଶ:  ୨୪ ଜିଲାରେ ଆସିଛି ସୁଧାର

ଭୁବନେଶ୍ୱର: ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶିଶୁଙ୍କ ଶାରୀରିକ ବାମନତା ବା ଗେଡ଼ାପଣ (ଷ୍ଟଣ୍ଟିଂ) ଏବଂ ‘ଗୁରୁତର କ୍ଷୀଣକାୟତା’ (ସିଭିୟର୍‌ ଓ୍ୱେଷ୍ଟିଂ ବା ଉଚ୍ଚତା ଅନୁପାତରେ କମ୍‌ ଓଜନ)ରେ ସୁଧାର ଆସିଥିବା ବେଳେ କମ୍‌ ଓଜନ (ଅଣ୍ଡର୍‌ଓ୍ୱେଟ୍‌) ଏବଂ ‘ସାଧାରଣ କ୍ଷୀଣକାୟତା’ ବୃଦ୍ଧି ପାଇବା ଚିନ୍ତାର କାରଣ ସାଜିଛି।
ରାଜ୍ୟ ସ୍ତରରେ ଗେଡ଼ାପଣ ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୩୧.୦% ଥିବାବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୬ରେ ଏହା ୨୬.୮%କୁ ହ୍ରାସପାଇଛି, ଯାହା ୪.୨% ସୁଧାର ଦର୍ଶାଉଛି। ରାଜ୍ୟର ୩୦ ଜିଲା ମଧ୍ୟରୁ ୨୪ ଜିଲାରେ ଏଥିରେ ସୁଧାର ଆସିଥିବାବେଳେ ସମ୍ୱଲପୁର ଜିଲାରେ ସବୁଠାରୁ ଅଧିକ ସୁଧାର (୪୦.୭%ରୁ ୨୪.୩% କୁ ହ୍ରାସ) ଦେଖିବାକୁ ମିଳିଛି। ଏହା ପଛକୁ ଭଦ୍ରକ ଓ ବରଗଡ଼ ରହିଛିି। ଅପରପକ୍ଷରେ ୬ ଜିଲାରେ ଏହା ବୃଦ୍ଧି ପାଇଛି, ଯେଉଁଥିରେ ବଲାଙ୍ଗୀର (୩୨.୭%ରୁ ୩୬.୪%) ଶୀର୍ଷରେ ରହିଛି। ବର୍ତ୍ତମାନ ରାୟଗଡ଼ା (୪୭.୨%), ନୂଆପଡ଼ା (୪୩.୧%), କୋରାପୁଟ (୩୮.୭%), ମାଲକାନଗିରି (୩୭.୩%) ଏବଂ ବଲାଙ୍ଗୀର (୩୬.୪%)ରେ ଗେଡ଼ାପଣର ସ୍ଥିତି ଗୁରୁତର ରହିଛି।
ଅନ୍ୟପଟେ ରାଜ୍ୟ ସ୍ତରରେ ଉଚ୍ଚତା ଅନୁପାତରେ କମ୍‌ ଓଜନ ବା କ୍ଷୀଣକାୟତା ହାର ୧୮.୧%ରୁ ୨୨.୧%କୁ ବୃଦ୍ଧିପାଇଛି (୪% ବୃଦ୍ଧି)। ମାତ୍ର ୯ ଜିଲାରେ ସୁଧାର ଆସିଥିବା ବେଳେ ୨୧ ଜିଲାରେ ଏହା ବୃଦ୍ଧି ପାଇଛି। ମାଲକାନଗିରିରେ ଏହା ସବୁଠୁ ଅଧିକ (୧୯.୩%ରୁ ୩୦.୭%) ବୃଦ୍ଧି ପାଇଥିବା ବେଳେ ମୟୂରଭଞ୍ଜ (୩୩.୦%), କେନ୍ଦୁଝର (୩୧.୬%) ଏବଂ ମାଲକାନଗିରି (୩୦.୭%)ରେ କ୍ଷୀଣକାୟତା ହାର ସର୍ବାଧିକ ରହିଛି। ତୀବ୍ର କୁପୋଷଣର ପ୍ରତୀକ ହୋଇଥିବାରୁ ଏହି ବୃଦ୍ଧି ସିଧାସଳଖ ଚିନ୍ତାର ବିଷୟ ପାଲଟିଛି। ସେହିପରି ରାଜ୍ୟ ସ୍ତରରେ ‘ଗୁରୁତର କ୍ଷୀଣକାୟତା’ ହାର ୬.୧%ରୁ ୫.୮%କୁ ସାମାନ୍ୟ ହ୍ରାସ ପାଇଛି। ୧୫ ଜିଲାରେ ସୁଧାର ଏବଂ ୧୫ ଜିଲାରେ ବୃଦ୍ଧି ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ସବୁଠାରୁ ବଡ଼ ସୁଧାର (୧୨.୪% ରୁ ୩.୧%କୁ ହ୍ରାସ) ହୋଇଛି। ଗଜପତିରେ ଏହା ୪.୩%ରୁ ୯.୧%କୁ ବୃଦ୍ଧି ପାଇଥିବାବେଳେ ମୟୂରଭଞ୍ଜ (୧୦.୮%) ଓ କେନ୍ଦୁଝର (୧୦.୦%)ରେ ଏହା ଅଧିକ ରହିଛି।
ଅନ୍ୟପକ୍ଷରେ ବୟସ ଅନୁପାତରେ କମ୍‌ ଓଜନ (ଅଣ୍ଡର୍‌ଓ୍ୱେଟ୍‌) ଥିବା ଶିଶୁଙ୍କ ହାର ରାଜ୍ୟ ସ୍ତରରେ ୨୯.୭%ରୁ ୩୧.୬%କୁ ବୃଦ୍ଧି ପାଇଛି (୧.୯% ବୃଦ୍ଧି)। ୧୭ ଜିଲାରେ ସ୍ଥିତି ବିଗିଡ଼ିଥିବାବେଳେ ୧୪ ଜିଲାରେ ସୁଧାର ଆସିଛି। ବାଲେଶ୍ୱର ଜିଲାରେ ସବୁଠାରୁ ଅଧିକ ବୃଦ୍ଧି (୨୨.୬%ରୁ ୩୩.୭%) ରେକର୍ଡ ହୋଇଛି। ରାୟଗଡ଼ା (୪୬.୮%), ମାଲକାନଗିରି (୪୬.୧%), କେନ୍ଦୁଝର (୪୫.୨%), ମୟୂରଭଞ୍ଜ (୪୪.୩%) ଏବଂ କୋରାପୁଟ (୪୨.୭%)ରେ କମ୍‌ ଓଜନ ସ୍ଥିତି ସବୁଠୁ ଚିନ୍ତାଜନକ ରହିଛି।

Powered by Froala Editor

Tags Child

Related articles Odisha News Lens 4.1

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    13796
    Sep 12, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ
    ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15724
    Sep 11, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    14898
    Sep 12, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14115
    Sep 12, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14019
    Sep 11, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14051
    Sep 12, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14064
    Sep 12, 2026
  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍
    ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13753
    Sep 12, 2026
  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...
    ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...

    14272
    Sep 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14019
    Sep 11, 2026
  • ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14051
    Sep 12, 2026
  • ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13753
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17090
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17764
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17758
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18162
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14095
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16077
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14614
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13922
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14730
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14138
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14072
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14697
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15034
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13753
    Sep 12, 2026
  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?

    14272
    Sep 11, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14019
    Sep 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In