୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍
ଦୀଘାର ଏକ ହୋଟେଲରେ ଓରାଙ୍ଗଉଟାନ ବିକ୍ରି ପାଇଁ ଡିଲ୍ ଛିଡି଼ଥିଲା । ଗୋଟିଏ ଶାବକକୁ ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକାଯାଇଥାନ୍ତା । ବାଲେଶ୍ୱରର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିରଳ ବନ୍ୟଜନ୍ତୁ ବିକିଥାନ୍ତେ ବଙ୍ଗୀୟ ବାପା-ପୁଅ । କିନ୍ତୁ ବନ ବିଭାଗ ହାବୁଡ଼ରେ ପଡି଼ବା ଭୟରେ ହାଇପ୍ରୋଫାଇଲ୍ ଡିଲ୍ ଫସର ଫାଟିଯାଇଛି ।
ସ୍କାନରରେ ରହିଛି ବ୍ଲାକ୍ SUV। ଏସଟିଏଫ୍ ହାତରେ ଲାଗିଛି ଆଉ ଏକ CCTV ଫୁଟେଜ୍। ଏଥିରେ ରାତି ପ୍ରାୟ ୧୦ଟା ୫୬ ମିନିଟ୍ ସମୟରେ ଦୀଘାର ଏକ ହୋଟେଲ ନିକଟ ଦେଇ ଯାଉଛି କଳା ରଙ୍ଗର SUV । ଗାଡ଼ିଟି ସେତେବେଳେ କେଉଁଆଡ଼େ ଯାଉଥିଲା ଏବଂ ସେଥିରେ କଣ ଥିଲା ସେନେଇ ଛାନଭିନ କରାଯାଉଛି ।
ଆଉ ଚାଲାଣକାରୀମାନେ ନିରୀହ ଶାବକଗୁଡି଼କୁ ଭୋଗରାଇର ଝାଉଁ ଜଙ୍ଗଲରେ ଛାଡି଼ ପଳାଇଲେ । ଓଡ଼ିଶାରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ ତଦନ୍ତକାରୀ ଦଳକୁ ଏଭଳି କିଛି ସୁରାକ ମିଳିଛି। କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ଏକ ଟିମ୍ ଏହି ତଥ୍ୟ ଆଧାରରେ ଦୀଘାର ଏକ ହୋଟେଲରେ ଚଢ଼ଉ କରିଛନ୍ତି । ସେଠାରୁ ୩ ଜଣଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା ଚାଲିଛି ।
Powered by Froala Editor