ନିଜ ଦେହରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବଣାଇ: ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୁରୁଣ୍ଡିଆ ଥାନା ଗୁରୁଣ୍ଡିଆରେ ଘଟିଛି ଅଭାବନୀୟ ଘଟଣା । ରାଜେଶ ବେହେରା ନାମକ ବ୍ୟକ୍ତି ପାଖାପାଖି ୮ରୁ ୧୦ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ଭୀଷଣ କାଶ ହେଉଥିଲା । ସକାଳୁ ସେ ଶୌଚ ହେବା ପାଇଁ ଘର ପାଖରେ ଥିବା ପଡିଆକୁ ଯାଇଥିଲେ। ଅସହ୍ୟ ଯନ୍ତ୍ରଣାକୁ ସହିନପାରି ସେଠାରେ ନିଜ ଦେହରେ ତାରପିନ୍ ଢାଳି ନିଆଁ ଲଗେଇ ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଗୁରୁଣ୍ଡିଆ ଥାନା ଅଧିକାରୀ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ବଣାଇ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି ।
Powered by Froala Editor