ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ, ପ୍ରେମିକା ମୃତ, ପ୍ରେମିକ ଗୁରୁତର
ନୂଆପଡ଼ା : ବିଷ ପିଇଦେଲେ ପ୍ରେମୀ ଯୁଗଳ । ନାବାଳିକା ପ୍ରେମିକା ମୃତ, ପ୍ରେମିକ ଗୁରୁତର । ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ସିନାପାଲି ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ,ଏକ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏକଥା ଜାଣିବା ପରେ ପରିବାର ଲୋକେ ପ୍ରଥମେ ସିନାପାଲି ହସ୍ପିଟାଲ ନେଇଥିଲେ । ସେଠାରୁ ଭଭୟଙ୍କୁ ନୂଆପଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାରେ ପ୍ରେମିକାର ଜୀବନ ଚାଲି ଯାଇଥିବା ବେଳେ ପ୍ରେମିକ ୨୨ ବର୍ଷିୟ ଯୁବକ ଏବେ ବି ଜୀବନ ମରଣ ସହ ସଂଘର୍ଷ କରୁଛି । ପୁଲିସ ଘଟଣାର ତଦନ୍ତ କରୁଛି ।
Powered by Froala Editor