ନିଲମ୍ବିତ ହେଲେ ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ କୁମାର ଦଳାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ହାଟଡ଼ିହି ବ୍ଲକରେ ଚାଲିଥିବା 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' କାର୍ଯ୍ୟକ୍ରମର ପ୍ରଗତିରେ ବାଧା ସୃଷ୍ଟି କରିବା ଏବଂ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ବେସାମରିକ ସେବା (CC&A) ରୁଲ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବନ କରାଯାଇଛି।
Powered by Froala Editor