ବୁର୍ଲାରେ ଗୁଳିମାଡ଼: ମାଂସ ଦୋକାନୀ ମୃତ
ସମ୍ବଲପୁର: ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁ। ଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି। ସେ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ କରିଥିଲେ।
ଅନିଶ୍ ଜମି କାରବାର କରୁଥିଲେ।। ମାଂସ ଦୋକାନ କର୍ମଚାରୀ ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି।
Powered by Froala Editor