କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଟୟୋଟା କାର୍ ସୋ’ରୁମ୍ରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର କାର । ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍ ଭିତରକୁ ପ୍ରବେଶ କରି ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟସାଧ୍ୟ ହୋଇଥିଲା। ଅଗ୍ନିକାଣ୍ଡରେ କାର୍ ସୋ’ରୁମ୍ରେ ଥିବା ଅନେକ କାର୍ ଜଳିଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ୧୪ଟି ଦମକଳ ଗାଡ଼ି ଓ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରାୟ ସାଢ଼େ ୩ ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।
ତେବେ ସୋ’ରୁମ୍ ଭିତରେ ନିଆଁର ଭୟାବହତା ଅଧିକ ଥିବାରୁ ସ୍ୱତନ୍ତ୍ର ରୋବର୍ଟର ସହାୟତା ନିଆଯାଇଥିଲା। ରୋବର୍ଟ ମାଧ୍ୟମରେ ସୋ'ରୁମ୍ ଭିତରେ ଥିବା ନିଆଁକୁ ଲିଭାଇବା ସହ ଅଗ୍ନିଶମ ବାହିନୀ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲା। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।
Powered by Froala Editor