ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା
ନୟାଗଡ଼: ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।ଆଜି ମିଳିଛି ସୁଭଦ୍ରାର ପଞ୍ଚମ କିସ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଛନ୍ତି ରାଜ୍ୟ ସରକାର । ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ସରକାର। ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ ।
୫ ହଜାର ୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ପ୍ରଥମ ଥର ପାଇଁ ୨ ଲକ୍ଷ ୨୧ ହଜାର ୫୪ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି । ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ସଙ୍ଗେ ୫ଟି କିସ୍ତି ମିଳିଛି । ନୟାଗଡ଼ ଜିଲ୍ଲାର ଲାଠିପଡ଼ାରେ ବିରାଟ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି ।
Powered by Froala Editor