ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଦେଲେ ଖୋଲା ଚ୍ୟାଲେଞ୍ଜ, କହିଲେ ଏମିତି
ଭୁବନେଶ୍ୱର: ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଭାବୁଛନ୍ତି ଜୁଏଲ ଓରାମ ଡ୍ରପ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ମୁଁ ଏହି ଦଳକୁ ରକ୍ତ ମାଂସ ଦେଇ ଗଢ଼ିଛି । ଏ ଦଳ ମୋତେ ଚିହ୍ନିଛି । ଦଳ ମୋତେ ଯେତିକି ସ୍ଥାନ ଦେଇଛି ତାହା ଯଥେଷ୍ଟ । ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ କହୁଛି ଆଉ ଥରେ ନିର୍ବାଚନ ଲଢ଼ିବି । ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି, ଅବସ୍ଥା କ’ଣ ହେବ? ମୁଁ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏନେଇ ଅବଗତ କରାଇଛି । ଦରକାର ପଡ଼ିଲେ କେନ୍ଦ୍ର ନେତୃତ୍ୱଙ୍କୁ ମଧ୍ୟ ଅବଗତ କରାଇବି । ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ଜାଳି ଶେଷ କରିଦେବି ବୋଲି ଜୁଏଲ ଓରାମ କହିଛନ୍ତି ।
Powered by Froala Editor