ନେପାଳ ପ୍ରଳୟଙ୍କରୀ ବନ୍ୟା: ଓଡ଼ିଆଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି
ଭୁବନେଶ୍ବର: ପଡ଼ୋଶୀ ଦେଶ ନେପାଳରେ ଆକସ୍ମିକ ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ ଜନଜୀବନ କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବାବେଳେ ଓଡ଼ିଶା ସରକାର ତତ୍ପରତା ଦେଖାଇଛନ୍ତି।ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଓଡ଼ିଆ ଲୋକଙ୍କ ସହାୟତା ତଥା ଯୋଗାଯୋଗ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ନିବାସଠାରେ ୨୪ଘଣ୍ଟିଆ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।
ବିପର୍ଯ୍ୟୟରେ ଫସିଥିବା ଓଡ଼ିଆଙ୍କ ପରିବାର ତଥା ସମ୍ପର୍କୀୟମାନେ ମୋବାଇଲ ନମ୍ବର +୯୧-୭୪୨୮୧୩୫୦୪୪, ୮୫୨୭୫୮୦୨୪୫ କିମ୍ବା ଲ୍ୟାଣ୍ଡଲାଇନ ନମ୍ବର ୦୧୧-୨୩୦୧୨୮୦୭ ଜରିଆରେ ସିଧାସଳଖ ଯୋଗାଯୋଗ କରି ସହାୟତା ପାଇପାରିବେ। ଏହାସହିତ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନେପାଳ ପାଇଁ ଜାରି ହୋଇଥିବା ହେଲପଲାଇନ୍ ନମ୍ବର +୯୭୭ ୯୮୫୧୩୧୬୮୦୭ ଏବଂ +୯୭୭ ୯୭୦୯୧୦୭୫୦୦ ମାଧ୍ୟମରେ ଯୋଗାଯୋଗ କରିବାକୁ ବି ପରାମର୍ଶ ଦିଆଯାଇଛି।
‘ସୂଚନା ଓ ଜରୁରୀ ସହାୟତା ପାଇଁ ତାଙ୍କ ମୋବାଇଲ ନମ୍ବର +୯୧ ୯୫୮୩୩ ୨୧୯୬୪ ରେ ସିଧାସଳଖ ଯୋଗାଯୋଗ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।