ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ବଢ଼ିଲା ଅଡୁଆ, ଗିରଫ ବିହୀନ ଜାମିନ ପରୱାନା ଜାରି
ଭୁବନେଶ୍ବର: ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ଅଡୁଆ ବଢ଼ିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା (NBW) ଜାରି କରିଛନ୍ତି । ସୁଜିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବାବେଳେ ତାଙ୍କୁ ଗିରଫ କରିବାକୁ ବୁଧବାର କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।
ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଟିମ୍ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ନିକଟସ୍ଥତ ଏକ ଆପାର୍ଟମେଣ୍ଟରେ ଥିବା ସୁଜିଙ୍କ ବାସଭବନରେ ଚଢ଼ାଉ କରିଥିଲା । ହେଲେ ସୁଜିତଙ୍କୁ ନ ପାଇ ପୋଲିସ ଟିମ୍ ଫେରିଆସିଛି ।
Powered by Froala Editor