ଖୁବଶୀଘ୍ର ଲାଗୁ ହେବ ‘ୱାନ ନେସନ ୱାନ ହେଲଥ’, ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍କ୍ରିସନ୍
ଭୁବନେଶ୍ବର: ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍କ୍ରିସନ୍। ଡାକ୍ତର ଯେଉଁ ପ୍ରେସକ୍ରିପସନ ଲେଖିେବ ତାକୁ ଡାକ୍ତର ସ୍କାନ ଆଣ୍ଡ ସେୟାର ଜରିଆରେ ଡିଜି ଲକର ଜରିଆରେ ରଖିପାରିବେ। ଯେଉଁଥିରେ ସେମାନଙ୍କର ରୋଗ, ଔଷଧ ଏବଂ ପରୀକ୍ଷା ବିବରଣୀ ସୁରକ୍ଷିତ ରହିବ। ହସ୍ପିଟାଲକୁ ଯିବାବେଳେ ଆଉ ପୁରୁଣା ବିବରଣୀ ନେବାକୁ ପଡ଼ିବ ନାହିଁ। କେବଳ ଏତିକି ନୁହେଁ, ବାରମ୍ବାର ପରୀକ୍ଷାନିରୀକ୍ଷା ମଧ୍ୟ କରିବାକୁ ପଡ଼ିବ ନାହିଁ। ଏହି ଆପରେ ସ୍ବାସ୍ଥ୍ୟକ୍ଷେତ୍ରରେ ଥିବା ସମସ୍ତ ଅଧିକାରୀ ପଞ୍ଜୀକରଣ କରିବେ। ତେବେ ଏହି ଆପ୍ ମଧ୍ୟ ରୋଗୀଙ୍କୁ ଅବଗତ କରିବ ନିକଟରେ ଥିବା ପରୀକ୍ଷା କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ସହିତ ଔଷଧ କେନ୍ଦ୍ର। ସେହିପରି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍) ମାଧ୍ୟମରେ ଡିଜିଟାଲ ପ୍ରେସକ୍ରିପସନ ମଧ୍ୟ କାର୍ଯ୍ୟ କରିବ। ଏହାଦ୍ବାରା ଯେଉଁଠି ଅଧିକ ଲେଖାଯାଉଥିବା ଆଣ୍ଟିବାୟୋଟିକ ବିଷୟରେ ଜଣାପଡ଼ିବ। ଏହାଦ୍ବାରା ଅନାବଶ୍ୟକ ଭାବେ ବିକ୍ରି ହେଉଥିବା ଆଣ୍ଟିବାୟୋଟିକ ଉପରେ ଅଙ୍କୁଶ ଲାଗିପାରିବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ଜାରି ରହିଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଖୁବଶୀଘ୍ର ଲାଗୁ ହେବ ‘ୱାନ ନେସନ ୱାନ ହେଲଥ।’ କେବଳ ଏତିକି ନୁହେଁ, ଉନ୍ନତ ସେବା ନିମନ୍ତେ ‘ଆରୋଗ୍ୟ ସେତୁ ୨.୦’ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ସହାୟକ ହେବ। ଏହାସହିତ ଏହାସହିତ ଡିଜିଟାଲ ପ୍ରେସକ୍ରିପସନ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।
ସାରା ଦେଶରେ ଆରମ୍ଭ ହୋଇଛି ୱାନ ନେସନ, ୱାନ ହେଲ୍ଥ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପକ୍ଷରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍) ଆରମ୍ଭ ହୋଇଛି। ଗୋଟିଏ ପ୍ଲାଟଫର୍ମରେ ଆରୋଗ୍ୟସେତୁ ଆପ୍ ୨.୦ ରହିବ। ଏଥିରେ ସାରା ଦେଶର ଗୋଟିଏ ଆପର ଏହି କାର୍ଯ୍ୟକ୍ରମ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି।
Powered by Froala Editor