ନୀଳହ୍ରଦରୁ ଉଦ୍ଧାର ହେଲା ନିଖୋଜ ୨ ଛାତ୍ରଙ୍କ ମୃତଦେହ
ନୀଳଗିରି: ନୀଳହ୍ରଦରୁ ମିଳିଲା ନିଖୋଜ ୨ ଛାତ୍ରଙ୍କ ମୃତଦେହ।ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍ରେ ଗତ କାଲି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା କଲେଜ ଛାତ୍ର ତଥା କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ଆର୍ତ୍ତୁକଣା ଅଞ୍ଚଳର ରୋଶନ ନାୟକ(୧୮), ଫକୀରମୋହନ ଅଟୋନୋମସ କଲେଜ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗ ଛାତ୍ର ତଥା ବାରିପଦାର ଭବିଷ୍ୟ ପାତ୍ର(୧୭) ଏବଂ ଉକ୍ତ କଲେଜର ତାଙ୍କ ସହପାଠୀ ତଥା ଭଦ୍ରକ ଜିଲା ଅପର୍ତ୍ତିବିନ୍ଧା ଅଞ୍ଚଳର ଅଂଶୁମାନ ପାତ୍ର(୧୮) ବୁଲିବାକୁ ଆସିଥିଲେ। ଏହି ୩ସାଙ୍ଗ ରିଲ୍ସ ଭିଡ଼ିଓ ସୁଟ୍ କରିବା ପରେ ଭବିଷ୍ୟ ଓ ଅଂଶୁମାନ ଗାଧୋଇବା ପାଇଁ ପାଣିକୁ ପଶି ଥିଲେ। ପ୍ରାୟ ୩ଶହ ଫୁଟ୍ରୁ ଅଧିକ ଗଭୀରରେ ଜଳ ରହିଥିଲା। ସେମାନେ ନିଖୋଜ ହୋଇଯାଇଥିଲେ। ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ଛାତ୍ର ଭବିଷ୍ୟ ଓ ଅଂଶୁମାନଙ୍କ ମୃତଦେହ ଅଥଳ ପାଣିରୁ ଉଦ୍ଧାର କରାଯାଇଛି।
Powered by Froala Editor