ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ: ୪୦୦ ଗାଡ଼ି ଜବତ
ଭୁବନେଶ୍ୱର: ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର।
ଅଧିକାରୀଙ୍କ ସୂଚନା ଅନୁସାରେ, ଗାଡ଼ିର ଫିଟନେସ୍, ବୀମା କିମ୍ବା ଟିକସ ଭରାଯାଇନଥିଲେ ନିୟମ ଅନୁଯାୟୀ ଚାଲାଣ କଟାଯିବ।
ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ସମ୍ପୃକ୍ତ ଅଟୋ ମାଲିକମାନଙ୍କୁ ଜବାବ ଦାଖଲ କରିବାକୁ ପଡ଼ିବ।ମାଲିକମାନେ ଯଦି ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ସମ୍ପୃକ୍ତ ଗାଡ଼ିର ପରମିଟ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Powered by Froala Editor