ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି, ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲିଲା
ଭୁବନେଶ୍ୱର : ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ବର୍ଷା ପରିମାଣ ବଢ଼ିବା ଯୋଗୁଁ ଜଳଭଣ୍ଡାରକୁ ପୁଣିଥରେ ପ୍ରବଳ ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଉ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୧୧ଟି ଏବଂ ଡାହାଣ ପାର୍ଶ୍ୱର ୬ଟି, ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ୨ ଲକ୍ଷ ୪୬ ହଜାର ୬୬୩ ଘନଫୁଟ ଏବଂ ବାକିତକ୍ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ଜଳ ନିଷ୍କାସିତ ହେଉଛି।
Powered by Froala Editor