୮୦ ତମ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ସାରା ଦେଶ ପାଳୁଛି ୮୦ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ବାର୍ତ୍ତା ଦେଇଛନ୍ତି। ପବିତ୍ର ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ସମୃଦ୍ଧି ଓ ଦେଶର ବିକାଶ ଆମର ଏକମାତ୍ର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଦେଶର ପ୍ରତ୍ୟେକ ନାଗରିକ ମହାନ୍ ଭାରତୀୟ ମୌଳିକ ମୂଲ୍ୟବୋଧର ଆଦର୍ଶରେ ଅନୁପ୍ରାଣିତ। ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନ ଦିଗରେ ସଂକଳ୍ପବଦ୍ଧ ହୋଇ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor