Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ...

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ...

  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ...

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ...

  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ...

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ...

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

ରାଜ୍ୟ
Home ›› ରାଜ୍ୟ ››ଲଗାଣ ବର୍ଷା: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଓଡ଼ିଶାରେ ବନ୍ୟା ପରିସ୍ଥିତି

ଲଗାଣ ବର୍ଷା: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଓଡ଼ିଶାରେ ବନ୍ୟା ପରିସ୍ଥିତି

2026-08-14 06:55:40
14954
Share:
Facebook
Twitter
E-Mail
WhatsApp
Telegram
ଲଗାଣ ବର୍ଷା: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଓଡ଼ିଶାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଅବିରତ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳରେ ବନ୍ୟାଜଳ ପଶିଛି । ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ଅବା ନିକଟରେ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଅଞ୍ଚଳରେ ଆଶଙ୍କା ବଢ଼ିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତର ରୂପ ନେଇଛି ଏବଂ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବନ୍ୟାଜଳ ସହର ଓ ଛୋଟ ବଡ଼ ସହରାଞ୍ଚଳରେ ପଶିବା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଛି । ରାଉରକେଲା, କେନ୍ଦୁଝର, ବାଲେଶ୍ୱର, ଆନନ୍ଦପୁର ଓ ବାରିପଦାର ବିଭିନ୍ନ ଅଞ୍ଚଳରେ ଗୁରୁତର ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାରୁ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି ।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । ରାଉରକେଲା ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ ଘରେ ବର୍ଷାଜଳ ପଶିଛି । ରାସ୍ତାଘାଟରେ ଆଣ୍ଠୁଏ ଓ ଅନେକ ସ୍ଥାନରେ ତା’ଠାରୁ ଅଧିକ ପାଣି ଜମିଥିବାରୁ ଯାତାୟାତ ବ୍ୟାହତ ହୋଇଛି । ସହରର ଅନେକ ବସ୍ତି ଅଞ୍ଚଳ ମଧ୍ୟ ପାଣିରେ ବୁଡ଼ିଯାଇଛି । ରାଉରକେଲାର ବେଦବ୍ୟାସ ପାଣ୍ଡେ କଲୋନୀରେ ଏକ ଦୁଇ ମହଲା ଘରର ତଳ ମହଲା ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯିବାରୁ ୯ ଜଣିଆ ପରିବାର ଜୀବନ ବଞ୍ଚାଇବା ପାଇଁ ଦ୍ୱିତୀୟ ମହଲାର ଛାତ ଉପରକୁ ଚାଲିଯାଇଥିଲେ । ପରିବାରରେ ଦୁଇ ଜଣ ଶିଶୁ ମଧ୍ୟ ଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାତ ଉପରୁ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେହିପରି ସେକ୍ଟର-୬ ଅଞ୍ଚଳରେ ମଧ୍ୟ ଜଳବନ୍ଦୀ ହୋଇ ରହିଥିବା ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

କୁଆଁରମୁଣ୍ଡା, ଲାଠିକଟା ଓ ସୁନ୍ଦରଗଡ଼ର ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କୁ ପଠାଯାଇ ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବାରୁ ମଧ୍ୟ ଯାତାୟାତ ପ୍ରଭାବିତ ହୋଇଛି । ରାଉରକେଲାରେ ଜଣେ ୩୩ ବର୍ଷୀୟା ମହିଳା ସରସ୍ୱତୀ ସାହୁ ଇନ୍‌ଭର୍ଟର ସହ ସଂଯୁକ୍ତ ଏକ ବିଦ୍ୟୁତ ପଏଣ୍ଟ ବନ୍ଦ କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପାଲି ଅଞ୍ଚଳରେ ମଧ୍ୟ ବର୍ଷାଜଳର ପ୍ରଖର ସ୍ରୋତରେ ଜଣେ ବ୍ୟକ୍ତି ମୋଟରସାଇକେଲ ସହ ଭାସିଯାଇଥିଲେ । ପ୍ରାୟ ୨୦ ମିନିଟ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ତୁହାକୁ ମଧ୍ୟ ବର୍ଷା ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ଚକ୍ରଧରପୁର ରେଳ ଡିଭିଜନ୍‌ ଅଧୀନ ରାଉରକେଲା-ରାଜଗାଙ୍ଗପୁର ମଧ୍ୟରେ ତିନୋଟି ସ୍ଥାନରେ ରେଳଧାରଣା ତଳୁ ମାଟି ଧୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଟ୍ରାକ୍ ତଳ ମାଟି ଧୋଇଯିବାରୁ ରେଳ ଚଳାଚଳରେ ସୁରକ୍ଷା ଆଶଙ୍କା ସୃଷ୍ଟି ହୋଇଥିଲା । ସତର୍କତାମୂଳକ ପଦକ୍ଷେପ ଭାବେ ସକାଳ ୯ଟାରୁ ରାଉରକେଲା-ରାଜଗାଙ୍ଗପୁର ମଧ୍ୟରେ ଅପ୍‌ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ତୃତୀୟ ଲାଇନ୍‌ରେ ଟ୍ରେନ୍ ଚଳାଚଳ ଜାରି ରହିଥିଲେ ମଧ୍ୟ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଟ୍ରେନ୍ ଚଳାଚଳକୁ ସୀମିତ କରାଯାଇଥିଲା । ଫଳରେ ଏକାଧିକ ଟ୍ରେନ୍‌କୁ ନିୟନ୍ତ୍ରଣ କରାଯିବା ସହ କେତେକ ଟ୍ରେନ୍ ବିଳମ୍ବିତ ହୋଇଥିଲା । ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଉତ୍ତର ଓଡ଼ିଶାର ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ବାଲେଶ୍ୱରରେ ଜଳକା ଓ ଅନ୍ୟ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି ।

Powered by Froala Editor

Tags Flood

Related articles Odisha News Lens 4.1

  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...
    ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...

    15509
    Sep 06, 2026
  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14784
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର
    ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14179
    Sep 06, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14705
    Sep 06, 2026
  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍
    ଦେଶ-ଦେଶାନ୍ତର

    ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    15045
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
    ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14748
    Sep 06, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ
    ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14371
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15463
    Sep 05, 2026
  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ
    ଦେଶ-ଦେଶାନ୍ତର

    ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ

    13944
    Sep 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15463
    Sep 05, 2026
  • ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    14705
    Sep 06, 2026
  • ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14179
    Sep 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17078
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17738
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17744
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18149
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14179
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13766
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14572
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14874
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14826
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14978
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14069
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14595
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15462
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    15045
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14179
    Sep 06, 2026
  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13896
    Sep 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In