କ୍ୟାବିନେଟର ବୈଠକ: ନୂତନ ଓଡ଼ିଶା ବେସାମରିକ ସେବା ନିୟମାବଳୀ, ୨୦୨୬କୁ ଅନୁମୋଦନ
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦କୁ ବାତିଲ୍ କରିଛନ୍ତି । ନୂତନ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୬କୁ ଅନୁମୋଦନ ଦେଇଛନ୍ତି । ନୂଆ ନିୟମ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ବିନା ୧୦୦-ପଏଣ୍ଟ ମୂଲ୍ୟାୟନ ପଦ୍ଧତିରେ Group-D ମୂଳ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି । ପୂର୍ବରୁ ପ୍ରଚଳିତ ୧୦୦-ପଏଣ୍ଟ ମୂଲ୍ୟାୟନ ବ୍ୟବସ୍ଥା ଏବଂ ଏହା ସହ ଜଡ଼ିତ ଯୋଗ୍ୟତା ମାନଦଣ୍ଡକୁ ପ୍ରତ୍ୟାହାର କରାଯାଇଛି । ସେହିପରି Group-Dର ମୂଳ ସ୍ତରର ପଦବୀରେ ପ୍ରଚଳିତ ୫୦% ନିଯୁକ୍ତି ସୀମାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ।
ଯଦି ମୃତ କର୍ମଚାରୀଙ୍କ ୫୦ ବର୍ଷରୁ ଅଧିକ ବୟସର ସ୍ୱାମୀ/ସ୍ତ୍ରୀ ନିଯୁକ୍ତି ପାଇଁ ଅନିଚ୍ଛୁକ ଥାଆନ୍ତି କିମ୍ବା ମେଡିକାଲ୍ ବୋର୍ଡ ଦ୍ୱାରା ଅଯୋଗ୍ୟ ଘୋଷିତ ହୁଅନ୍ତି, ତେବେ ପରିବାରର ଅନ୍ୟ ଜଣେ ଯୋଗ୍ୟ ସଦସ୍ୟଙ୍କୁ ମନୋନୀତ କରିବାର ସୁଯୋଗ ମିଳିବ ।
Powered by Froala Editor