୩ ପୋଲିସଙ୍କୁ ଆକ୍ରମଣ କଲେ ଗଞ୍ଜେଇ ବ୍ୟବସାୟୀ
ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ହାଟଗାଁଠାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ହାଟଗାଁର ପ୍ରାୟ ୨୦ରୁ ୨୫ ଗ୍ରାମବାସୀଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ହାଟଗାଁରେ ବେଆଇନ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଥାନାର ଏକ ୫ ଜଣିଆ ଟିମ୍ ରେଡ୍ କରିବାକୁ ଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଗଞ୍ଜେଇ ବ୍ୟବସାୟୀମାନେ ପାଟ୍ରୋଲିଂ ଟିମ୍ ଉପରକୁ ଠେଙ୍ଗା ଓ ଅନ୍ୟ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ।
Powered by Froala Editor