Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ...

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ...

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

ରାଜ୍ୟ
Home ›› ରାଜ୍ୟ ››ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାଙ୍କୁ ଯୋଗାଇ ଦିଆଯିବ ବାସଗୃହ

ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାଙ୍କୁ ଯୋଗାଇ ଦିଆଯିବ ବାସଗୃହ

2026-07-19 10:48:01
15151
Share:
Facebook
Twitter
E-Mail
WhatsApp
Telegram
ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାଙ୍କୁ ଯୋଗାଇ ଦିଆଯିବ ବାସଗୃହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ  ଏକ ଅପୂର୍ବ ଆତ୍ମୀୟତା ଭରା ମୁହୂର୍ତ୍ତର ସାକ୍ଷୀ ହୋଇଛି । କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରଳ ଏବଂ ସ୍ନେହପୂର୍ଣ୍ଣ ବ୍ୟବହାର ଦେଖି ଏହି ସ୍ୱତନ୍ତ୍ର ଅତିଥିମାନେ ଅତ୍ୟନ୍ତ ଆନନ୍ଦିତ ଓ ଉତ୍ସାହିତ ହୋଇଥିଲେ । ଏହି ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ, ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତାକୁ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା କାଳରେ ବାଳିକାମାନଙ୍କୁ ବର୍ତ୍ତମାନ ସଂଗଠନ ପକ୍ଷରୁ ସିଲାଇ ଏବଂ ହସ୍ତଶିଳ୍ପର ପ୍ରଶିକ୍ଷଣ ଦିଆଯାଉଛି ବୋଲି ଅବଗତ ହେବା ପରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଗଠନର କର୍ମକର୍ତ୍ତା ଓ ବାଳିକାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଏକାଧିକ ବୟନ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । ତେଣୁ ଏହି ପ୍ରଶିକ୍ଷିତ ବାଳିକାମାନଙ୍କୁ ସେହି ସବୁ ଶିଳ୍ପସଂସ୍ଥା ସହିତ ଯୋଡ଼ି ସେମାନଙ୍କ ପାଇଁ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଥିଲେ। ଏହାଦ୍ୱାରା ସେମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ସମାଜରେ ଏକ ସମ୍ମାନଜନକ ଜୀବନ ବିତାଇପାରିବେ। ଆମ ସରକାର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ ଏବଂ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଉପଯୁକ୍ତ ସୁଯୋଗ ଦେଇ ଆତ୍ମନିର୍ଭରଶୀଳ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡ଼ିଶାରେ ଥିବା ଦିବ୍ୟାଙ୍ଗ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ସେମାନଙ୍କ ପାଇଁ ଗ୍ୟାସ ସଂଯୋଗ, ଶୌଚାଳୟ ନିର୍ମାଣ, ଉନ୍ନତ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ । ରାଜ୍ୟର ପ୍ରତିଟି ଦିବ୍ୟାଙ୍ଗ ଭାଇଭଉଣୀ ଯେପରି ସମସ୍ତ ସରକାରୀ ସୁବିଧା ପାଇ ସୁରକ୍ଷିତ ଜୀବନଯାପନ କରିପାରିବେ, ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଭାବବିନିମୟ ସମୟରେ ମୁଖ୍ୟମନ୍ତ୍ରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଶ୍ରବଣ ଯନ୍ତ୍ର ଓ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ଆବଶ୍ୟକତା ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏବଂ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ତୁରନ୍ତ ଉନ୍ନତମାନର ଶ୍ରବଣ ଯନ୍ତ୍ର ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସ୍ୱତନ୍ତ୍ର ଅତିଥିମାନେ ରାଜଧାନୀର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ସହ ବେଶ୍ ଉତ୍ସାହିତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ସେମାନଙ୍କର ପୁରୀ ଶ୍ରୀକ୍ଷେତ୍ର ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ଓ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Powered by Froala Editor

Tags Cm

Related articles Odisha News Lens 4.1

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍
    ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13862
    Sep 12, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14827
    Sep 13, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14175
    Sep 12, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13403
    Sep 13, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...

    15068
    Sep 12, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14128
    Sep 11, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15009
    Sep 12, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    13917
    Sep 12, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14229
    Sep 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13403
    Sep 13, 2026
  • ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14175
    Sep 12, 2026
  • ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15009
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17091
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17768
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17760
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18163
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14204
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16091
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14627
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13936
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14742
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14229
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14074
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14698
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15037
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14175
    Sep 12, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    13917
    Sep 12, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15009
    Sep 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In