Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

  • ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ ...

  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ...

  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

  • ଚରିତ୍ର ଗଠନ, ଦେଶପ୍ରେମ ଓ ...

  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ...

  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ...

  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ...

ରାଜ୍ୟ
Home ›› ରାଜ୍ୟ ››ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା; ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ନବୀନ

ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା; ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ନବୀନ

2026-07-19 08:26:06
13987
Share:
Facebook
Twitter
E-Mail
WhatsApp
Telegram
ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା; ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ନବୀନ

ଭୁବନେଶ୍ୱର: ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତାର ସହ ଉଠାଇ ବିସ୍ତୃତ ଆଲୋଚନା କରିବା ସହ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ସେ ଦାବି କରିଛନ୍ତି। ସେହିପରି, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରନ୍ତୁ ବୋଲି ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।


ନବୀନ କହିଛନ୍ତି, ଦେଶର କୋଟି କୋଟି ଶିଶୁଙ୍କ ପାଇଁ ଶିକ୍ଷା ହେଉଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକମାତ୍ର ଭରସା। ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ରର ପ୍ରଗତି ପଛରେ ରହିଛି ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ ପରୀକ୍ଷା ପ୍ରଣାଳୀ। ଭାରତ ମଧ୍ୟ ଏହି ଶିକ୍ଷା ବ୍ୟବସ୍ଥାର ଶକ୍ତି ବଳରେ ଅନେକ ପିଢ଼ିର ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଓ ନବପ୍ରବର୍ତ୍ତକଙ୍କୁ ସୃଷ୍ଟି କରିଛି। ସେମାନଙ୍କ ଅବଦାନ ହିଁ ଆଧୁନିକ ଭାରତର ବିକାଶର ମୂଳ ଭିତ୍ତି।


ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଏହି ସମଗ୍ର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଏହି ଧାରଣା ସୃଷ୍ଟି କରୁଛି ଯେ, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ବିଶେଷକରି ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହିଁ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସବୁଠୁ ବଡ଼ ସୋପାନ। ସେହି ସୁଯୋଗକୁ ଦୁର୍ବଳ କରିବା ଅର୍ଥ ଦେଶର ଭବିଷ୍ୟତକୁ ବିପଦ ମୁହାଁକୁ ଠେଲି ଦେବା ବୋଲି ସେ ମତ ରଖିଛନ୍ତି।


ନବୀନଙ୍କ କହିବାନୁସାରେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଜଡ଼ିତ ଏଭଳି ଗମ୍ଭୀର ପ୍ରସଙ୍ଗକୁ ସଂସଦରେ ସର୍ବାଧିକ ଗୁରୁତ୍ୱ ଦେଇ ଆଲୋଚନା କରାଯିବା ଉଚିତ। ପ୍ରଶ୍ନପତ୍ର ଲିକ୍, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଓ ପରୀକ୍ଷା ପରିଚାଳନାରେ ଥିବା ବ୍ୟବସ୍ଥାଗତ ଦୁର୍ବଳତାର ପୁନରାବୃତ୍ତି ଯେପରି ନ ଘଟେ, ସେଥିପାଇଁ ଦୃଢ଼ ଓ ସ୍ଥାୟୀ ସଂସ୍କାର ଅତ୍ୟାବଶ୍ୟକ। ଏହା ସହିତ ଏଭଳି ବିଶ୍ୱାସଘାତ ପାଇଁ ଦାୟୀ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବା ଦରକାର।


ସେ ଆହୁରି କହିଛନ୍ତି, ଏହି ପ୍ରସଙ୍ଗକୁ ରାଜନୀତିର ସୀମା ମଧ୍ୟରେ ବନ୍ଦୀ କରି ନ ରଖି ସରକାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖୋଲାମନରେ ଆଲୋଚନା ଆରମ୍ଭ କରିବା ଉଚିତ। ସେମାନଙ୍କ ମତାମତ ଓ ଅଭିଯୋଗ ରଖିବା ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବା ଆବଶ୍ୟକ। ଏକ ସୁସ୍ଥ ଓ ସଜୀବ ଗଣତନ୍ତ୍ରରେ ନୀରବତା ନୁହେଁ, ବରଂ ସଂଳାପ ହିଁ ସମାଧାନର ପଥ। ବିଶେଷକରି ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ।


ନବୀନ କହିଛନ୍ତି, ଦେଶର ଯୁବପିଢ଼ି ଓ ଛାତ୍ରସମାଜ ନେତୃତ୍ୱଙ୍କଠାରୁ ଦିଗଦର୍ଶନ ଓ ନ୍ୟାୟସଙ୍ଗତ ପଦକ୍ଷେପ ଆଶା କରୁଛନ୍ତି। ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବାର ସୁଯୋଗ ଆମେ ଦେଇପାରିବା ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆନ୍ତରିକ ଓ ସକାରାତ୍ମକ ସଂଳାପ ହିଁ ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ଦେଶର ନେତୃତ୍ୱ ପ୍ରତି ଯୁବପିଢ଼ିଙ୍କ ବିଶ୍ୱାସକୁ ପୁନଃ ସୁଦୃଢ଼ କରିପାରିବ। ଦେଶର ଯୁବକ ଓ ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ସ୍ୱାର୍ଥ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସଦା ସେମାନଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Powered by Froala Editor

Tags Naveen Patnaik

Related articles Odisha News Lens 4.1

  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ
    ମନୋରଞ୍ଜନ

    ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

    13630
    Nov 15, 2026
  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG
    ଦେଶ-ଦେଶାନ୍ତର

    ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14259
    Nov 15, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...
    ବାଣିଜ୍ୟ

    ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ...

    13755
    Nov 14, 2026
  • ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ
    ଦେଶ-ଦେଶାନ୍ତର

    ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

    15622
    Nov 14, 2026
  • ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି
    ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15440
    Nov 14, 2026
  • ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ
    ଖେଳ ଖବର

    ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ

    14370
    Nov 15, 2026
  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

    13620
    Nov 15, 2026
  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ
    ଦେଶ-ଦେଶାନ୍ତର

    ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14246
    Nov 15, 2026
  • ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ
    ଦେଶ-ଦେଶାନ୍ତର

    ମିଠା ଭାବି ଖାଇଦେଲେ ବୋମା, ଚାଲିଗଲା ଯୁବକଙ୍କ ଜୀବନ

    14633
    Nov 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି

    15440
    Nov 14, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14259
    Nov 15, 2026
  • ଦେଶ-ଦେଶାନ୍ତର

    ଭୂକମ୍ପ ଝଟକାରେ ଥରି ଉଠି⁰ଲା ୩ ରାଜ୍ୟ

    15622
    Nov 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17279
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17982
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17939
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18353
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14489
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14279
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15630
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14417
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14493
    Nov 05, 2026

ବାଣିଜ୍ୟ

ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍


ପୂର୍ବାଞ୍ଚଳର ଆଧ୍ୟାତ୍ମିକ ଜ୍ଞାନ ଓ ଆଧୁନିକ ଶିକ୍ଷାର ସମନ୍ୱୟରେ ଏକ ପରିବର୍ତ୍ତନଶୀଳ ‘ହାଓ ଟୁ ଲିଭ୍’ ପାଠ୍ୟକ୍ରମ; ଜ୍ଞାନୀ, ଦକ୍ଷ, ଆଲୋକପ୍ରାପ୍ତ ଓ ଦାୟିତ୍ୱବାନ ବିଶ୍ୱ ନାଗରିକ ଗଢ଼ିବା ଲକ୍ଷ୍ୟ

କେନ୍ଦୁଝର : ଏହି ଶିଶୁ ଦିବସ ଅବସରରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (UGIS) ...

  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15279
    Nov 12, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14366
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15588
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14168
    Nov 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14259
    Nov 15, 2026
  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14246
    Nov 15, 2026
  • ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହେଲା ମାମଲା

    14810
    Nov 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In