ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ବିଶାଲ ଅଗ୍ରୱାଲ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଭାବପୂର୍ଣ୍ଣ ଇ-ମେଲ୍ ପଠାଇଛନ୍ତି । ଏହି ପତ୍ରରେ ସେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଭାବରେ ନୁହେଁ, ବରଂ ନିଜର ସର୍ବସ୍ୱ ହରାଇ ସାରିଥିବା ଜଣେ ଅସହାୟ ବାପା ଭାବେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଗୁହାରି କରିଛନ୍ତି । ତାଙ୍କ ପୁଅର ଏହି ନିଷ୍ଠୁର ହତ୍ୟାକାଣ୍ଡର ବିଚାର ଫାଷ୍ଟ ଟ୍ରାକ କୋର୍ଟରେ କରାଯାଉ ବୋଲି ବିଶାଲ ଅଗ୍ରୱାଲ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି, ଯାହା ଦ୍ୱାରା ଦୋଷୀମାନଙ୍କୁ ଅତି ଶୀଘ୍ର ସେମାନଙ୍କ ପାପର ଦଣ୍ଡ ମିଳିପାରିବ ।
ବିଶାଳ ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ଜଘନ୍ୟ ଅପରାଧର ବିଚାର ଏକ ଫାଷ୍ଟ-ଟ୍ରାକ କୋର୍ଟରେ କରାଯିବା ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବା ନିଶ୍ଚିତ କରନ୍ତୁ।
ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ଇମେଲରେ ବିଶାଳ ତାଙ୍କ ପରିବାର ଉପରେ ପଡ଼ିଥିବା ଦୁଃଖର ପାହାଡ଼ ବିଷୟରେ ହୃଦୟସ୍ପର୍ଶୀ ଭାବରେ ଲେଖିଛନ୍ତି। ସେ ଲେଖିଛନ୍ତି, ମହାମହିମ, ମୁଁ ଜଣେ ବ୍ୟବସାୟୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଏହି ଚିଠି ଲେଖୁନାହିଁସ୍, ମୁଁ କେବଳ ଜଣେ ଭାଙ୍ଗିପଡ଼ିଥିବା ପିତା ଭାବରେ ମୋ ସ୍ବର୍ଗତ ପୁଅ ପାଇଁ ନ୍ୟାୟ ଚାହୁଁଛି। କେତନଙ୍କ ନିର୍ମମ ହତ୍ୟା ମୋ ସୁଖୀ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି।
ଚିଠିରେ ଆଉ ଏକ ହୃଦୟ ବିଦାରକ ପ୍ରକାଶ କରି ବିଶାଲ କହିଛନ୍ତି. କେତନଙ୍କ ମୃତ୍ୟୁର ମାତ୍ର ୨୦ ଦିନ ମଧ୍ୟରେ ମୋ ନିଜ ପିତାଙ୍କୁ ହରାଇଛି। ମୋ ପିତା ତାଙ୍କ ନାତି କେତନଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ଅକାଳ ମୃତ୍ୟୁର ଗଭୀର ଆଘାତ ସହ୍ୟ କରିପାରି ନ ଥିଲେ। ନାତିର ମୃତ୍ୟୁରେ ଦୁଃଖିତ ବୃଦ୍ଧ ଜେଜେବାପାଙ୍କ ରକ୍ତଚାପ କ୍ରମାଗତ ଭାବରେ ହ୍ରାସ ପାଇଥିଲା ଏବଂ ଶେଷରେ ହୃଦଘାତ ଯୋଗୁ ମୃତ୍ୟୁବରଣ କରିଥିଲେ। ପରିବାର ମାତ୍ର ୨୦ ଦିନ ମଧ୍ୟରେ ଦୁଇଟି ପିଢ଼ିକୁ ହରାଇଲା।
ଚିଠିର ଶେଷ ଭାଗରେ, ବିଶାଳ ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ଏହି ସମ୍ବେଦନଶୀଳ ମାମଲାର ବ୍ୟକ୍ତିଗତ ଭାବରେ ବିଚାର କରିବାକୁ ଏକ ଭାବପ୍ରବଣ, ହାତ ଯୋଡି ନିବେଦନ କରିଛନ୍ତି।
Powered by Froala Editor