ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍ସୁନିଲ୍ ନେବେ
ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। ଏଣିକି ସପ୍ତାହରେ ଥରେ ନେବେ ଡାଏବେଟିସ୍ ଇନସୁଲିନ୍। ଭାରତୀୟ ବଜାରରେ ପ୍ରବେଶ କରିଛି ବିଶ୍ୱର ପ୍ରଥମ ୱାନ୍ସ ୱିକ୍ ଲି ଇନସୁଲିନ୍। ଡେନମାର୍କର ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ପକ୍ଷରୁ ଏହି ଇନସୁଲିନକୁ ଭାରତରେ ଲଞ୍ଚ କରାଯାଇଛି। ଯାହାର ନାମ ରଖାଯାଇଛି 'ଆଭିକଲି'।
ଡେନ୍ମାର୍କର ଔଷଧ କମ୍ପାନି ନୋଭୋ ନର୍ଡିସ୍କ ବୁଧବାର ଭାରତରେ ‘ଆୱିକ୍ଲି(ଇନ୍ସୁଲିନ୍ ଆଇକୋଡେକ୍)’ ଲଞ୍ଚ୍ କରିଛି । ଏହା ଦୁନିଆର ପ୍ରଥମ ସାପ୍ତାହିକ ବା ସପ୍ତାହକୁ ଥରେ ନିଆଯାଉଥିବା ବେସଲ ଇନ୍ସୁଲିନ୍ ବୋଲି କମ୍ପାନି ଦାବି କରିଛି, ଯାହା କି ଟାଇପ୍-୧ ଏବଂ ଟାଇପ୍-୨ ଡାଇବେଟିସ୍ର ବରିଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ । ଏହା ଦ୍ୱାରା ପ୍ରତିଦିନ ଲଗାଉଥିବା ୩୬୫ ଇନ୍ସୁଲିନ୍ ଇଞ୍ଜେକ୍ସନ ସଂଖ୍ୟା କମି ୫୨ ରହିଯିବ । କମ୍ପାନି ମୁତାବକ, ଆୱିକ୍ଲିର ଉଦ୍ଦେଶ୍ୟ ଭାରତରେ ଇନ୍ସୁଲିନ୍ ନେବାରେ ହେଉଥିବା ବିଳମ୍ବକୁ କମ୍ କରିବା । ପ୍ରତିଦିନ ଇଞ୍ଜେକ୍ସନ ନେବାର ଡର ରୋଗୀଙ୍କ ମଧ୍ୟରେ ଇନ୍ସୁଲିନ୍ ଥେରାପି ଆରମ୍ଭ କରିବାରେ ସବୁଠୁ ବଡ଼ ବାଧା, ଫଳରେ ଇନ୍ସୁଲିନ୍ ନେବାରେ ହାରାହାରି ୭ରୁ ୯ ବର୍ଷ ଡେରି ହୋଇଯାଇଥାଏ ।
ଏହି ହିସାବରେ ବର୍ଷକୁ ମାତ୍ର ୫୨ଟି ଇନସୁଲିନ୍ ଇଞ୍ଜେକସନ୍ ନେବାକୁ ପଡ଼ିବ। ଏହା ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ଚିକିତ୍ସାରେ ଫାଇଦା ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
Powered by Froala Editor