ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି । କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ ପ୍ରଭାସ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୁଲିସ୍ ପ୍ରଭାସକୁ ଏନକାଉଣ୍ଟର କରଛି । ପ୍ରଭାସର ମା' ମୃତଦେହ ନେବାକୁ ମନା କରିବା ସହି କର୍ମ ଫଳ ମିଳିଛି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ରବିବାର ଦିନ କୋଲକାତାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାରୁଇପୁରର ଏକ ପୋଖରୀରେ ୧୧ ବର୍ଷୀୟ ଝିଅର ମୃତଦେହ ପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଯୌନ ନିର୍ଯାତନା ନିଶ୍ଚିତ ହୋଇଥିଲା। ପୋଲିସ ହତ୍ୟା ଏବଂ ଗଣଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିଥିଲା।
ଏହି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। କିନ୍ତୁ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଥିଲେ। ମଧ୍ୟରାତ୍ରିରେ, ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ଏହି ସମୟରେ, ସେ ପୋଲିସଠାରୁ ଏକ ବନ୍ଧୁକ ଛଡ଼ାଇ ପୋଲିସ ଉପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ଯାହାଫଳରେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ନିହତ ହୋଇଥିଲା।
ପ୍ରଭାସଙ୍କ ଏନକାଉଣ୍ଟର ପରେ ତାଙ୍କ ମା' ମୃତଦେହ ନେବାକୁ ମନା କରିଛନ୍ତି । ସେ କହିଛନ୍ତି, '' ନେଇଯାଆ ତାକୁ, ପୋତି ଦିଅ ନଚେତ୍ ଫିଙ୍ଗିଦିଅ ଯାହା କରୁଛ କର । ସେ କରିଥିବା କର୍ମଫଳ ତାକୁ ମିଳିଛି ।
Powered by Froala Editor