ପାଣିରେ ବୁଡ଼ି ଦୁଇ ମୃତ
ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ଣରେ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ଚୌକିପଡ଼ାର ପଙ୍କଜ କୁମାର ସାହୁ(୨୦) ଏବଂ ଗିରିଜା ଶଙ୍କର ସାହୁ (୧୬)। ରବିବାର ଅପରାହ୍ଣ ପ୍ରାୟ ୩ଟାରେ ପଙ୍କଜ ଏବଂ ଗିରିଜା ନଦୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତାବଶତଃ ସେମାନେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ବୁଡ଼ି ଯାଉଥିବା ଦେଖି ଲୋକେ ସେମାନଙ୍କୁ ପାଣିରୁ ବାହାର କରି ଆମ୍ବୁଲାନ୍ସରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor