Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜ୍ୟ
Home ›› ରାଜ୍ୟ ››ଏଣିକି ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ ଘର ମାଲିକ

ଏଣିକି ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ ଘର ମାଲିକ

2026-06-14 07:56:09
14618
Share:
Facebook
Twitter
E-Mail
WhatsApp
Telegram
ଏଣିକି ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ ଘର ମାଲିକ

ଭୁବନେଶ୍ବର: ଏଣିକି ଘର ମାଲିକ ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ କିମ୍ବା ଭଡ଼ାଟିଆଙ୍କୁ ବାହାର କରିପାରିବେ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ପାଇଁ ଭଡ଼ାଘର କ୍ଷତିଗ୍ରସ୍ତ ହେଲେ, ମରାମତି ନ ହେବା ଯାଏ ଘରଭଡ଼ା ଛାଡ଼ କରିବାକୁ ହେବ। କୌଣସି ପରିସ୍ଥିତିରେ ବି ଘର ମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ୍, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ। ପ୍ରାୟ ୫୦ ବର୍ଷର ପୁରୁଣା ଘରଭଡ଼ା ଆଇନରେ ରାଜ୍ୟ ସରକାର ସଂଶୋଧନ କରି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଆଇନ-୨୦୨୬ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ଚିଠା ଆଇନ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଜନସାଧାରଣ ନଗର ଉନ୍ନୟନ ବିଭାଗର ଇ-ମେଲ୍‌ ଯୋଗେ ଆପତ୍ତି, ଅଭିଯୋଗ ଦାଖଲ କରିପାରିବେ ବୋଲି କୁହାଯାଇଛି। ଚିଠା ଆଇନରେ କୁହାଯାଇଛି, ଘରଭଡ଼ା ବିବାଦର ସମାଧାନ ପାଇଁ ଜିଲା ଜଜ୍‌ଙ୍କୁ ନେଇ ରେଣ୍ଟ ଟ୍ରାଇବୁନାଲ ଗଠନ କରାଯିବ। ଉପଜିଲାପାଳ ପାହ୍ୟାର ଅଧିକାରୀ ରେଣ୍ଟ ଅଥରିଟି ଓ ଅତିରିକ୍ତ ଜିଲାପାଳ ‘ରେଣ୍ଟ କୋର୍ଟ’ ଭାବେ ଦାୟିତ୍ବ ପାଇବେ। ଏହି କୋର୍ଟଗୁଡ଼ିକରେ ସାଧାରଣ ସିଭିଲ କୋର୍ଟର କୌଣସି ଅଧିକାର ରହିବ ନାହିଁ। ଏଠାରେ କେବଳ ଘରଭଡ଼ା ଉପରେ ହିଁ ବିଚାର କରି ୩୦ରୁ ୯୦ ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ। ଘରଭଡ଼ା କେବଳ ଭଡ଼ା ଚୁକ୍ତିନାମାର ସର୍ତ୍ତ ଅନୁସାରେ ବୃଦ୍ଧି କରାଯାଇ ପାରିବ। ଘର ମାଲିକ ଭଡ଼ା ଘରେ ଯଦି କିଛି ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରନ୍ତି, ତା’ ହେଲେ କାମ ସରିବାର ଏକ ମାସ ପରେ ପରସ୍ପର ସହମତିରେ ଭଡ଼ା ବଢ଼ିପାରିବ। ସେହିପରି ଆବାସିକ ଘର ପାଇଁ ସର୍ବାଧିକ ଦୁଇ ମାସର ଭଡ଼ା ଓ ବ୍ୟବସାୟିକ ଘର ପାଇଁ ସର୍ବାଧିକ ଛଅ ମାସର ଭଡ଼ା ସିକ୍ୟୁରିଟି ଭାବେ ଘର ମାଲିକ ନେଇପାରିବେ। ଘର ଖାଲି କରିବା ସମୟରେ ବକେୟା ଦେୟ କାଟିବା ପରେ ଏହି ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ପଡ଼ିବ। ଘର ଭଡ଼ା ଦେବା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିବା ବାଧ୍ୟତାମୂଳକ ହେବ। ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦୁଇ ମାସ ମଧ୍ୟରେ ଘର ମାଲିକ ଓ ଭଡ଼ାଟିଆ ମିଳିତ ଭାବେ ନିର୍ଦ୍ଧାରିତ ଫର୍ମରେ ସ୍ଥାନୀୟ ରେଣ୍ଟ ଅଥରିଟି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଇବା ବାଧ୍ୟତାମୂଳକ ହେବ। ରେଣ୍ଟ ଅଥରିଟି ଏହି ତଥ୍ୟ ପୋର୍ଟାଲରେ ଅପଲୋଡ୍‌ କରିବେ। ଘର ମାଲିକ କିମ୍ବା ତାଙ୍କ ପ୍ରତିନିଧି ଭଡ଼ା ଘରେ ଯାଞ୍ଚ, ମରାମତି ପାଇଁ ଆସିବା ପୂର୍ବରୁ ଅତିକମରେ ୨୪ ଘଣ୍ଟା ପୂର୍ବରୁ ଲିଖିତ କିମ୍ବା ଡିଜିଟାଲ ନୋଟିସ ଦେବେ। ସେହିପରି ସୂର୍ଯ୍ୟାସ୍ତ ପରେ ଘର ଭିତରକୁ ପ୍ରବେଶ ବେଆଇନ ବିବେଚନା ହେବ। ଯଦି ପ୍ରାକୃତିକ କିମ୍ବା ମନ୍ୟୁଷକୃତ ଯୋଗୁଁ ଭଡ଼ା ଘରେ ରହିବା ସମ୍ଭବ ନ ହୁଏ, ତା’ ହେଲେ ସିକ୍ୟୁରିଟି ଜମା ୧୫ ଦିନ ମଧ୍ୟରେ ଫେରସ୍ତ କରିବାକୁ ହେବ।
ସେହିପରି ବଡ଼ ଧରଣର ମରାମତି, ରଙ୍ଗଦେବା, ପାଇପ୍ ବଦଳାଇବା, ବିଦ୍ୟୁତ ସରବରାହ ଆଦି ଦାୟିତ୍ବ ଘର ମାଲିକଙ୍କ ଉପରେ ରହିବ। ପାଣି ଟ୍ୟାପ୍, ଡ୍ରେନ୍ ସଫା, ବେସିନ, ଗିଜର ବା ଛୋଟ ବିଦ୍ୟୁତ୍ ମରାମତି ଭଳି କାମ ଭଡ଼ାଟିଆ କରିବେ।

ଯଦି କୌଣସି ପକ୍ଷ ଏଥିରେ ଅବହେଳା କରନ୍ତି, ତେବେ ଅନ୍ୟ ପକ୍ଷ ନିଜେ ଖର୍ଚ୍ଚ କରି ସେହି ଅର୍ଥ ଭଡ଼ା କିମ୍ବା ସିକ୍ୟୁରିଟି ଜମାରୁ କାଟିପାରିବେ। କିନ୍ତୁ ତାହା ମାସିକ ଭଡ଼ାର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ହଇରାଣ କରିବା ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ କଲେ ଜୋରିମାନା ବାବଦରେ ଭଡ଼ାଟିଆ ଦୁଇଗୁଣ ଭଡ଼ା ଦାଖଲ କରିବେ। କ୍ରମାଗତ ଦୁଇ ମାସ କିମ୍ବା ଅଧିକ ସମୟ ଭଡ଼ା ଅର୍ଥ ନ ଦେବା, ବିନା ଅନୁମତିରେ ଅନ୍ୟକୁ ଭଡ଼ାରେ ଦେବା, ସମ୍ପତ୍ତିର ଅପବ୍ୟବହାର, ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଇଲେ, ବିନାନୁମତିରେ ବଡ଼ ଧରଣର ନିର୍ମାଣ କରିବା ଭଳି କାରଣ ଥିଲେ; ଘର ମାଲିକ ଭଡ଼ାଟିଆଙ୍କ ବିରୋଧରେ ରେଣ୍ଟ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଉଚ୍ଛେଦ ଆଦେଶ ଆଣିପାରିବେ। ଯଦି ଚୁକ୍ତି ଶେଷ ହେବା ପରେ ବି ଭଡ଼ାଟିଆ ଘର ଖାଲି ନ କରନ୍ତି, ତେବେ ପ୍ରଥମ ଦୁଇ ମାସ ପାଇଁ ଦୁଇଗୁଣ ଭଡ଼ା ଓ ତା’ ପରେ ଚାରିଗୁଣ ବର୍ଦ୍ଧିତ ଭଡ଼ା ଦେବାକୁ ବାଧ୍ୟ ହେବେ। ଭଡ଼ାଟିଆ ଘର ଛାଡ଼ିବାକୁ ଚାହୁଁ ଥିଲେ ଅତିକମରେ ଏକମାସ ପୂର୍ବରୁ ନୋଟିସ ଦେବେ।

Powered by Froala Editor

Tags House rent

Related articles Odisha News Lens 4.1

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14484
    Sep 28, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13580
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13974
    Sep 27, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15555
    Sep 27, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14460
    Sep 28, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13670
    Sep 28, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15389
    Sep 27, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15295
    Sep 27, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    13840
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13974
    Sep 27, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14460
    Sep 28, 2026
  • ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13768
    Sep 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17134
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17822
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13610
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15679
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15243
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14618
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14856
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14012
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15942
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15624
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    13974
    Sep 27, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15555
    Sep 27, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13580
    Sep 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In