ଏଣିକି ରେଲୱେ ପରୀକ୍ଷା ସିବିଟି ପଦ୍ଧତିରେ କରାଯିବ
ଭୁବନେଶ୍ୱର: ଏଣିକି କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପଦ୍ଧତିରେ ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ହେବ। ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ପୂର୍ବରୁ ରେଲୱେ ନିଯୁକ୍ତି ପରୀକ୍ଷାର କିଛି ପରୀକ୍ଷା ଅଫଲାଇନ ପଦ୍ଧତିରେ କରାଯାଉ ଥିବାବେଳେ ଆଉ କିଛି ପରୀକ୍ଷା ସିବିଟି ପଦ୍ଧତିରେ ହେଉଥିଲା। ଏଣିକି ରେଲୱେ ପରୀକ୍ଷା ସିବିଟି ପଦ୍ଧତିରେ କରାଯିବ। ରେଲୱେ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟା ସମୀକ୍ଷା କରି ରେଳମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେହିପରି ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ। ଟାବ୍ଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୫-୨୬ରେ ରେଲ୍ୱେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି। ସେଥିମଧ୍ୟରୁ ୧୮, ୭୯୯ ସହାୟକ ଲୋକୋ ପାଇଲଟ ଏବଂ ୧୪, ୨୯୮ ଟେକ୍ନିସିଆନ ଅଛନ୍ତି।
Powered by Froala Editor