କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ କହିଲେ ଥାଲାପତି
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ନିର୍ବାଚନ ଜିତିବାଠୁ ନେଇ ଶପଥ ନେବା ପରେ ଚର୍ଚ୍ଚାରେ ରହି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସେ ‘ସିଗ୍ନେଚର’ ଲୁକ ପାଇଁ ଚର୍ଚ୍ଚାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରଠୁ ସେ କଳା-ଧଳା ସୁଟ୍ରେ ନଜର ଆସୁଛନ୍ତି । ଏହି କଳାଧଳା ସୁଟ ପିନ୍ଧିବା ନେଇ ବିଜୟ ପ୍ରତିକ୍ରିୟା ଦେଇଛନ୍ତି । ସେ କାହିଁକି ଏହି କଳା କୋଟ୍ ସହ ଧଲା ସାର୍ଟ ପିନ୍ଧନ୍ତି? ଏ ଲୁକ୍ ପଛରେ ରାଜ କଣ ରହିଛି କହିଛନ୍ତି ସିଏମ୍ ବିଜୟ ।
ତିରୁଚିରାପାଲିରେ ଏକ ରାଲିରେ ଥାଲାପତି ବିଜୟ କହିଥିଲେ ଯେ, ତାଙ୍କ ପୋଷାକ ଏକ ବିଶେଷ ବାର୍ତ୍ତା ପଠାଏ। ଏହାକୁ କେବଳ ଶକ୍ତିଶାଳୀ କିମ୍ବା ପ୍ରଭାବଶାଳୀଙ୍କ ପାଇଁ କିଛି ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ। ତାଙ୍କର କଳା ବ୍ଲେଜର ଏବଂ ଧଳା ଶର୍ଟ ଦର୍ଶାଉଛି ଯେ, ସେ ତାଙ୍କ କାମରେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ସ୍ବଚ୍ଛ ହେବେ। ସେ ସବୁକିଛି ବିଷୟରେ ସ୍ପଷ୍ଟ ଭାବରେ କହିବେ।
ଧନ୍ୟବାଦ ରାଲିରେ ସେ କହିଛନ୍ତି, ତାଙ୍କର କଳାଧଳା ସୁଟ୍ ପରିଧାନ ନେଇ ବେଶ୍ ଆଲୋଚନା ଚାଲିଛି। ଆମେକୁ କୋଟ୍ ଏବଂ ସୁଟ୍ ପିନ୍ଧିବାକୁ ଅନୁମତି ମିଳିବା କାହିଁକି ଉଚିତ୍ ନୁହେଁ । ଏହା କଣ କ୍ଷମତାଶାଳୀ ଏବଂ ସମାଜରେ ଦବଦବା ଥିବା ଲୋକଙ୍କ ପାଇଁ ସଂରକ୍ଷିତ । କୌଣସି ଖାସ୍ ପୋଷାକ ଉପରେ କୌଣସି ବର୍ଗର ଏକଚାଟିଆ ଅଧିକାର ରହିପାରିବ ନାହିଁ । ସେହିପରି ସେ ଜାଣିଶୁଣି କଳା ଏବଂ ଧଳା ରଙ୍ଗର ପରିଧାନକୁ ବାଛିଛନ୍ତି ।
Powered by Froala Editor