ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ କଡା ସତର୍କତା ଜାରି
ଭୁବନେଶ୍ୱର : ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ କଡା ସତର୍କତା ଜାରି କରିଛନ୍ତି ସରକାର। ଭିଭିଆଇପିଙ୍କ ଗସ୍ତ ନେଇ ସୋସିଆଲ ମିଡିଆରେ ସୁରକ୍ଷା ସେୟାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇ ଓଡିଶା ସରକାରଙ୍କ କଡା ସତର୍କତା ଗ୍ରହଣ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି।
Powered by Froala Editor