ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି : ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର : ଏବେ ମୁଁ ନିଜ ଘରକୁ ଫେରି ଆସିଛି। ପଦ୍ମ ଧରିବା ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବିଜେପି ନେତା ଦେବାଶିଷ ସାମନ୍ତରାୟ। ବିଜେପିରେ ଯୋଗ ଦେବା ପରେ ମନେ ହେଉଛି, ଯେପରି ନିଜ ଘରେ ଅଛି। ପୂର୍ବରୁ ହିଁ ମୁଁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଛି। ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ହଠାତ୍ ମୋତେ ନବୀନ ନିବାସକୁ ଯିବାକୁ ମନା କରାଗଲା। ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହେଁ। ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହାରିକୁ ଛାଡୁ ନାହିଁ। ନବୀନ ନିବାସରେ ପାଣ୍ଡିଆନ୍ କିଏ ବୋଲି ମଧ୍ୟ ଦେବାଶିଷ ପ୍ରଶ୍ନ କରିଛନ୍ତି। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ ବୋଲି ମଧ୍ୟ କହିଛନ୍ତି। ଏବେ ବିଜୁ ଜନତା ଦଳରେ ମାଆ ବାପା ନାହାଁନ୍ତି। ଏବେ ବିଜେପି ମତେ ଯେଉଁ କାମ ଦେବ ସେ କାମ କରିବି। ଏବେ ବିଜେଡି ସହିତ ମୁଁ ସିଧାସଳଖ ଲଢେଇ କରିବି। ଲୋକଙ୍କ ସୁଖଦୁଃଖରେ ରହୁଥିବା ଲୋକଙ୍କୁ ବିଜେପିକୁ ଆଣିବା। ବିଜେପି ନେତା ଦେବାଶିଷ ସାମନ୍ତରାୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି।
Powered by Froala Editor