କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
କଲକାତା : ବିଧାନସଭା ନିର୍ବାଚନରେ ପରାଜିତ ହୋଇ କ୍ଷମତାଚୁତ ହେବା ପରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ କକ୍ରୋଚ ଜନତା ପାର୍ଟି (ସିଜେପି)କୁ ସମର୍ଥନ ଜଣାଇଛନ୍ତି। ମମତାଙ୍କ ସହ ତାଙ୍କ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ସ୍ବର ମିଳାଇଛନ୍ତି। କକ୍ରୋଚ ଜନତା ପାର୍ଟିର ରାଜନୈତିକ ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ମମତା ଓ ଅଭିଷେକ କିନ୍ତୁ ଏହି ସ୍ରୋତରେ ନିଜକୁ ସାମିଲ କରିଛନ୍ତି। ଅବଶ୍ୟ ମମତାଙ୍କ ଏଭଳି ଆଭିମୁଖ୍ୟ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କୁ ବିରୋଧ କରୁଥିବା ପ୍ରମାଣିତ କରୁଛି।
Powered by Froala Editor