ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଲା ଆଉ ଏକ ସଫଳତା, ଜାଣନ୍ତୁ କ’ଣ ?
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ସାହୁ ମୃତ୍ୟୁ ଘଟଣା । ଓଡ଼ିଶା ପୁଲିସକୁ ଆଉ ଏକ ସଫଳତା । ଦୀର୍ଘ ଦିନ ପରେ ପୁଲିସ କବ୍ଜାରେ ମାଷ୍ଟର ମାଇଣ୍ଡ । ସୌମ୍ୟ ହତ୍ୟା ଘଟଣାରେ ମାଷ୍ଟର ମାଇଣ୍ଡ ଥିବା ବିନୋଦ କୁମାର ବେହେରାକୁ କେନ୍ଦ୍ରାପଡ଼ା ଇନ୍ଦୁପୁରରୁ ଗିରଫ କରି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଲା ।
ମେ ୭ ତାରିଖରେ ବାଲିଅନ୍ତାରେ ଜିଆରପି କନେଷ୍ଟବଳ ସୌମ୍ୟ ସାହୁଙ୍କୁ ପିଟି ପିଟି ହତ୍ୟା କରି ଦେଇଥିଲେ । ଏହାପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ । ଧୀରେ ଧୀରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନଥିଲା ପୁଲିସ । ଶେଷରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ା ଇନ୍ଦୁପୁରରେ ଲୁଚି ଥିବାର ଗୁଇନ୍ଦା ଖବର ପାଇଥିଲା ପୁଲିସ। ପରେ ପୁଲିସ ପୂର୍ବ ପ୍ଲାନ ମୁତାବକ କେନ୍ଦ୍ରାପଡ଼ା ଯାଇ ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଛି । ମୁଖ୍ୟ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ।
Powered by Froala Editor