CUET UG 2026 ପରୀକ୍ଷା ସ୍ଥଗିତ
CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି , ଯେବେ ଛାତ୍ରଛାତ୍ରୀ ପରୀକ୍ଷାର ଶେଷ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଏନଟିଏ ପକ୍ଷରୁ ୨୪ ମେ’ରେ ଜାରି ସାର୍ବଜନିକ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ୨୮ ମେ ୨୦୨୬ରେ ହେବାକୁ ଥିବା ଦୁଇ ସିଫ୍ଟର ପରୀକ୍ଷା ଏବେ ସ୍ଥିର ତାରିଖରେ ହେବ ନାହିଁ।
NTA ସୂଚନା ମୁତାବକ, ସରକାର ଇଦ୍-ଉଲ୍-ଜୁହା ପାଇଁ ଛୁଟି ତାରିଖରେ ପରିବର୍ତ୍ତନ କରିଛନ୍ତି। ଏହାକୁ ବିଚାରକୁ ନେଇ, ମେ ୨୮, ୨୦୨୬ରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସଂଶୋଧିତ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ ବୋଲି NTA ପକ୍ଷରୁ ଅବଗତ କରାଯାଇଛି। ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସଂପର୍କିତ ସମସ୍ୟା କି ପ୍ରଶ୍ନ ଅଛି ତ ସେ ଏନଟିଏ ହେଲ୍ପଡେକ୍ସ ସହ ସଂପର୍କ କରିପାରିବେ। ଏଜେନ୍ସି ହେଲ୍ପଲାଇନ ନମ୍ୱର ୦୧୧-୪୦୭୫୯୦୦୦ ଓ ଇମେଲ ଆଇଡିcuet-ug@nta.ac.inଜାରି କରିଛି।
Powered by Froala Editor