ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି
ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମେଲୋନି ଗୋଟିଏ କାରରେ ଯାତ୍ରା କରି ଅନେକ ସ୍ଥାନ ଭ୍ରମଣ କରିଛନ୍ତି। ୨୦୦୦ ବର୍ଷ ପୁରୁଣା କଲୋସିୟମ୍ରେ ସେଲ୍ଫି ଉଠାଇବା ସହ ରାତ୍ରୀଭୋଜନ ମଧ୍ୟ କରିଛନ୍ତି। ଯାହାର ଫଟୋ ପ୍ରଧାନମନ୍ତ୍ରୀ ଏକ୍ସରେ ଶେୟାର କରିଛନ୍ତି। ଏବେ ଏହା ଖୁବ୍ ଭାଇରାଲ୍ ହେଉଛି। ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି, “ସ୍ୱାଗତ ମୋର ବନ୍ଧୁ”।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତାଙ୍କ ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତା ରୋମର ରାସ୍ତାରେ ଏକାଠି କାର ଯାତ୍ରା କରିଥିଲେ ଏବଂ ପ୍ରାୟ ୨,୦୦୦ ବର୍ଷ ପୁରୁଣା କଲୋସିୟମ୍ ପରିଦର୍ଶନ କରିଥିଲେ।
ରୋମରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ତାଙ୍କ ଜଣେ ଘନିଷ୍ଠ ବନ୍ଧୁ। ଉଭୟଙ୍କ ଏକ ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ଏକ ସେଲ୍ଫି ଭିଡିଓ ସେୟାର ହେବା ପରେ ଏହା ଖୁବ୍ ଚର୍ଚ୍ଚାରେ ରହିଥିଲା।
Powered by Froala Editor