ଏହି ଜିଲ୍ଲାରେ ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
ନବରଙ୍ଗପୁର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେପଟେ ଅସହ୍ୟ ତାତିକୁ ଆଖି ଆଗରେ ରଖି ଆସନ୍ତା ସୋମବାରରୁ ନବରଙ୍ଗପୁର ଜିଲ୍ଲା ସବୁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା ସୋମବାରରୁ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି କଳାହାଣ୍ଡିରେ ୨୧ ତାରିଖ ଓ ବୌଦ୍ଧ ଜିଲ୍ଲାରେ ୨୨ ଯାଏଁ ସ୍କୁଲ ଛୁଟି ଘୋଷଣା ହୋଇଛି ।
Powered by Froala Editor